ସ୍ୱାସ୍ଥ୍ୟ

କଞ୍ଚା କଦଳୀ ଖାଉଛନ୍ତି କି ? ଜାଣନ୍ତୁ ଏହାର ଉପକାରିତା

ସମସ୍ତେ ପ୍ରାୟ କଞ୍ଚା କଦଳୀ ଖାଉଥିବେ । କିନ୍ତୁ ଜାଣନ୍ତି କି ମଣିଷ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ କଞ୍ଚା କଦଳୀ। ଏହାକୁ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏମିତିକି ଅନେକ ରୋଗ ପାଇଁ ଔଷଧ ଖାଇବାକୁ ପଡିନଥାଏ। ଆସନ୍ତୁ ଜାଣିବା କଞ୍ଚା କଦଳୀର ଉପକାରିତା ବିଷୟରେ…

କଞ୍ଚା କଦଳୀରେ ଭରପୂର ପୋଟାସିୟମ୍ ରହିଛି। ବିଶେଷଜ୍ଞ କହିବା ଅନୁଯାୟୀ, କଞ୍ଚା କଦଳୀ ଖାଇବା ଦ୍ଵାରା ଶରୀର ଫୁର୍ତିଲା ହେବା ସହ ହୃଦରୋଗର ଆଶଙ୍କା ମଧ୍ୟ କମିଯାଏ। ସେହିପରି ରକ୍ତରେ ଶର୍କରା ସ୍ତର ବୃଦ୍ଧି ନ କରି ମିଠାସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ କଞ୍ଚା କଦଳୀ। ତେଣୁ ମଧୁମେହ ରୋଗୀମାନେ ନିରାପଦରେ କଞ୍ଚା କଦଳୀ ଖାଇପାରିବେ। ଏହା ଉଭୟ ଶରୀର ଏବଂ ସ୍ୱାସ୍ଥ୍ୟ ଭଲ ରହିବ ।

କଞ୍ଚା କଦଳୀରେ ଏନଜାଇମ୍ ଥାଏ, ଯାହା ଝାଡ଼ା ଏବଂ ପେଟ ସଂକ୍ରମଣକୁ ଭଲ କରିଥାଏ। ତେଣୁ ଝାଡ଼ା ହେଲେ ଡାକ୍ତରମାନେ କଞ୍ଚା କଦଳୀ ଖାଇବାକୁ ପରାମର୍ଶ ଦିଅନ୍ତି। ସେହିପରି ହଜମ ଜନିତ ସମସ୍ୟା ପାଇଁ କଞ୍ଚା କଦଳୀ ବହୁତ ଭଲ କାମ କରେ। ଯଦି ଫୁଟାଯାଇ ଲୁଣ ସହିତ ଖାଆନ୍ତି, ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ।

କଞ୍ଚା କଦଳୀ ଭୋକ ଲାଗିବାକୁ ନିୟନ୍ତ୍ରଣ କରିଥାଏ। ଯାହା ଓଜନ ବୃଦ୍ଧିକୁ ରୋକିବାରେ ସହାୟକ ହୋଇଥାଏ। ଏହା ସହିତ ହାଡକୁ ଶକ୍ତ କରିବାରେ ସହାୟକ ହୋଇଥାଏ। କଞ୍ଚା କଦଳୀରେ ଭିଟାମିନ୍-ଏ, ଭିଟାମିନ୍-ବି ୬ ଓ ଭିଟାମିନ୍-ସି, ପୋଟାସିୟମ୍, ମ୍ୟାଗ୍‌ନେସିୟମ୍ ଓ ଫସଫେଟ୍ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button