ମନୋରଞ୍ଜନ

ଯବାନ ଫିଲ୍ମ ପାଇଁ ଲଣ୍ଡା ହେବା ପଛର ମଜାଦାର କାରଣ କହିଲେ ଶାହରୁଖ – Utkal Mail

ମୁମ୍ବାଇ: ୨୦୨୩ ଆରମ୍ଭରୁ ରିଲିଜ୍ ହୋଇଥିବା ଫିଲ୍ମ ‘ପଠାନ‌’ରେ କମାଲ କରିବା ପରେ ଏବେ ନିଜ ପ୍ରଶଂସକଙ୍କ ପାଇଁ ଆଉ ଏକ ଫିଲ୍ମ ନେଇ ଆସୁଛନ୍ତି ଶାହରୁଖ ଖାନ୍। ଆଗକୁ ତାଙ୍କର ଅନେକ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଗତ ମାସରେ ଫିଲ୍ମ ‘ଯବାନ‌’ର ପ୍ରିଭ୍ୟୁ ଭିଡିଓ ରିଲିଜ୍ ହୋଇଥିଲା। ପ୍ରିଭ୍ୟୁ ଭିଡିଓ ରିଲିଜ୍ ହେଉ ହେଉ ଏହାକୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଫିଲ୍ମଟି ବଡ଼ ବଡ଼ ବ୍ଲକବଷ୍ଟର ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି ଦର୍ଶକ କହିବା ଆରମ୍ଭ କରିଥିଲେ। ଶାହରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ୍ ଏଣ୍ଟରଟେନମେଣ୍ଟର ୟୁଟ୍ୟୁବ ଚ୍ୟାନେଲରେ ପ୍ରିଭ୍ୟୁ ଭିଡିଓ ରିଲିଜ୍ ହୋଇଥିବା ବେଳେ ଫିଲ୍ମରେ ଶାହରୁଖ ଲଣ୍ଡା ହୋଇଥିବା ଦେଖାଯାଇଥିଲା।

ଏବେ ଏହା ପଛର କାରଣ ପଚରାଯିବାରୁ ମଜାଦାର ଜବାବ ଦେଇଛନ୍ତି ଶାହରୁଖ। ଏକ୍ସ(ଟ୍ବିଟର)ରେ ସବୁଥର ଭଳି ଏଥର ମଧ୍ୟ ‘ଆସ୍କ ମି ଏନିଥିଙ୍ଗ’ ସେସନ ଆରମ୍ଭ କରିଥିଲେ ଶାହରୁଖ।

ଏହି ସେସନରେ ଜଣେ ପ୍ରଶଂସକ ଶାହରୁଖଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଲଣ୍ଡା କାହିଁକି ହୋଇଗଲେ ପାଜି? ଏହି ଲୁକରେ ଖତରନାକ ଲାଗୁଛନ୍ତି। କ’ଣ ହେଲା? ଏହାର ମଜାଦାର ଉତ୍ତର ଦେଇ ଶାହରୁଖ ଲେଖିଥିଲେ, ଘର ବାହାରେ ତୁଷାର ପଡ଼ୁଥିଲା। ଭାବିଲି ଲଣ୍ଡା ହୋଇଯିବି ଏବଂ ଏହାର ପୂରା ମଜା ନେବି। ଶାହରୁଖଙ୍କ ଏଭଳି ମଜାଦାର ଜବାବ ଏବେ ଭାଇରାଲ ହେବାରେ ଲାଗିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button