ଦେଶ ବିଦେଶ

ମୁରିଦ୍‌ ଏୟାର୍‌ବେସ୍‌ର ଭୂତଳ କମ୍ପ୍ଲେକ୍ସକୁ ଟାର୍ଗେଟ୍ କରିଥିଲା ଭାରତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ମେ ୧୦ରେ ପାକିସ୍ତାନର ମୁରିଦ୍‌ ଏୟାର୍‌ବେସ୍‌ ଉପରେ ଭାରତର ଏୟାର୍‌ ଷ୍ଟ୍ରାଇକ୍ ଏକ ସନ୍ଦିଗ୍ଧ ଭୂତଳ ଭବନକୁ ଟାର୍ଗେଟ୍ କରିଛି ବୋଲି ନିକଟରେ ପ୍ରକାଶିତ ହାଇ-ରିଜଲ୍ୟୁସନ୍ ସାଟେଲାଇଟ୍ ଫଟୋରୁ ଜଣାପଡିଛି। ମାକ୍ସର ଟେକ୍ନୋଲୋଜି ଦ୍ୱାରା କଏଦ ହୋଇଥିବା ସାଟେଲାଇଟ୍ ଚିତ୍ରରେ ମୁରିଦ୍ ଏୟାରବେସ୍ ମଧ୍ୟରେ ଥିବା ଏକ ଅତ୍ୟଧିକ ସୁରକ୍ଷିତ ସବ୍-କମ୍ପ୍ଲେକ୍ସର ପ୍ରବେଶ ପଥଠାରୁ ମାତ୍ର ୩୦ ମିଟର ଦୂରରେ ପ୍ରାୟ ୩ ମିଟର ଚଉଡ଼ା ଗର୍ତ୍ତ ଦେଖିବାକୁ ମିଳିଛି।

ଇଣ୍ଟେଲ ଲ୍ୟାବ୍‌ର ଜିଓ-ଇଣ୍ଟେଲିଜେନ୍ସ ଗବେଷକ ଡେମିଏନ୍ ସିମୋନ୍ କହିଛନ୍ତି, ଏହି ଆକ୍ରମଣ ବାୟୁସେନା ଘାଟି ମଧ୍ୟରେ ଥିବା ଏକ ଅତ୍ୟନ୍ତ ସୁରକ୍ଷିତ ସବ୍-କମ୍ପ୍ଲେକ୍ସକୁ ଟାର୍ଗେଟ କରିଛି, ଯେଉଁଥିରେ ଏକାଧିକ ସୁରକ୍ଷା ସ୍ତର ଯଥା ଡବଲ ଫେନ୍‌ସିଂ ଓ ୱାଚ୍ ଟାୱାର ରହିଛି। ଭାରତ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ନଷ୍ଟ କରିବାକୁ ଉଦ୍ୟମ କରିଥିବାର ଏହା ପ୍ରମାଣ। ବେସ୍‌ରେ ଥିବା ଅନ୍ୟ ସ୍ଥାନରେ ୟୁଏଭି କମ୍ପ୍ଲେକ୍ସ ଓ ହ୍ୟାଙ୍ଗର ନିକଟରେ ଥିବା କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ବିଲ୍ଡିଂର ଛାତରେ ବିଶେଷ କ୍ଷୟକ୍ଷତି ପରିଲକ୍ଷିତ ହେଉଛି। ଏପ୍ରିଲ ୧୬ ତାରିଖରେ ମାକ୍ସର ଟେକ୍ନୋଲୋଜି ପକ୍ଷରୁ ଯୋଗାଇ ଦିଆଯାଇଥିବା ସାଟେଲାଇଟ୍ ଫଟୋରେ ଏହି କୋଠାଟି ଅକ୍ଷତ ଥିବା ଏବଂ ମେ ୧୦ ତାରିଖର ଆକ୍ରମଣ ପରବର୍ତ୍ତୀ ଚିତ୍ରରେ ଢାଞ୍ଚାର ଆଖିଦୃଶିଆ କ୍ଷୟକ୍ଷତି ଦେଖିବାକୁ ମିଳିଛି। ୟୁଏଭି କମ୍ପ୍ଲେକ୍ସ ଏବଂ ମୁରିଦ୍‌ରେ ଥିବା ହ୍ୟାଙ୍ଗର ନିକଟରେ ଏକ ସମ୍ଭାବ୍ୟ କମାଣ୍ଡ ଓ କଣ୍ଟ୍ରୋଲ ସୁବିଧା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି, ଏହାର ଛାତରେ କ୍ଷୟକ୍ଷତିର ଚିହ୍ନ ଦେଖାଯାଉଛି ଯାହା ଗଭୀର ଆଭ୍ୟନ୍ତରୀଣ ପ୍ରଭାବ ମଧ୍ୟ ପକାଇପାରେ ବୋଲି ସିମୋନ କହିଛନ୍ତି। ଅପରପକ୍ଷରେ ଅପରେସନ ସିନ୍ଦୂର ସମୟରେ କ୍ଷତିଗ୍ରସ୍ତ ହୋଇଥିବା ନୁର ଖାନ୍ ବାୟୁସେନା ଘାଟିରେ ପ୍ରାରମ୍ଭିକ ଆକଳନଠାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଫଟୋରୁ ଜଣାପଡ଼ିଛି। ଆକ୍ରମଣର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଏପ୍ରିଲ ୨୫ ତାରିଖର ସାଟେଲାଇଟ୍ ଚିତ୍ରରେ ଏହି ସ୍ଥାନ ଅକ୍ଷତ ଥିବା ଦେଖିବାକୁ ମିଳିଛି। ଅପରପକ୍ଷରେ ମେ ୧୦ ତାରିଖର ଚିତ୍ରରୁ ଜଣାପଡ଼ୁଛି ଯେ ଏହା ଭାରତୀୟ ଆକ୍ରମଣରେ ନଷ୍ଟ ହୋଇଯାଇଥିଲା। ମେ ୧୭ ତାରିଖର ଏକ ଫଲୋଅପ୍ ଫଟୋରେ ଆକ୍ରମଣ ସ୍ଥଳର ଆଖପାଖ ଅଞ୍ଚଳକୁ ପାକିସ୍ତାନୀ କର୍ତ୍ତୃପକ୍ଷ ସଫା କରିଥିବା ଦେଖିବାକୁ ମିଳିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button