ଦେଶ ବିଦେଶ

ହିମନ୍ତଙ୍କୁ କଡ଼ା ଜବାବ ଦେଲେ ଗୌରବ ଗୋଗଇ,ମୁଁ ଭାରତର ‘ର’ ଏଜେଣ୍ଟ୍‌…..

କଂଗ୍ରେସ ନେତା ‌ଗୌରବ ‌ଗୋଗଇ ଗୁରୁବାର ବିଜେପି ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଉପରେ ତୀବ୍ର ବର୍ଷିଛନ୍ତି। ଗୌରବ ଗୋଗଇଙ୍କ ବ୍ରିଟିଶ ପତ୍ନୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପୃକ୍ତି ଅଛି ବୋଲି ହିମନ୍ତ ଅଭିଯୋଗ କରିଥିବା ବେଳେ ଗୌରବ ତାଙ୍କ ଅଭିଯୋଗକୁ ହାସ୍ୟାସ୍ପଦ କହି ଖଣ୍ଡନ କରିଛନ୍ତି। ଗୌରବ ଗୋଗଇ କହିଛନ୍ତି, ଯଦି ମୋ ପତ୍ନୀ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟ୍‌ ତେବେ ମୁଁ ଭାରତର ‘ର’ ଏଜେଣ୍ଟ୍‌। ‘ଅନେକ ଅଭିଯୋଗ ଏବଂ ମାମଲା ଥିବା ଏକ ପରିବାର ମୋ ବିରୋଧରେ ଏଭଳି ଅଭିଯୋଗ କରିବା ଘଟଣାକୁ ମୁଁ ଆଦୌ ମୋ ମସ୍ତିଷ୍କକୁ ନେଉନାହିଁ। ଆସାମ ମୁଖ୍ୟମନ୍ତ୍ରୀ ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରୁ ନଜର ହଟାଇବାପାଇଁ ଏଭଳି ଅଭିଯୋଗ କରୁଛନ୍ତି’ ବୋଲି ଗୋଗଇ କହିଛନ୍ତି। ବିଜେପି ଦ୍ବାରା ଏଭଳି ଅଭିଯୋଗ କିଛି ନୂଆ କଥା ନୁହେଁ। ବିଜେପି ପାଖରେ ଅନ୍ୟ କିଛି ପ୍ରସଙ୍ଗ ନାହିଁ। ଏହା ସର୍ବଦା ଏଭଳି ଭିତ୍ତିହୀନ ଅଭିଯୋଗ କରେ। ଦଳ ଗତବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କ ବିରୋଧରେ ପ୍ରଚାର ଚଳାଇଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ହିମନ୍ତ ଶର୍ମା ଏବଂ ବିଜେପି ନେତା ଗୌରବ ଭାଟିଆ ଅଭିଯୋଗ କରିଛନ୍ତି ଯେ ଗୋଗଇଙ୍କ ପତ୍ନୀଙ୍କର ପାକିସ୍ତାନ ଏବଂ ଆଇଏସ୍‌ଆଇ ସହ ସମ୍ପୃକ୍ତି ରହିଛି। ଭାଟିଆ କହିଥିଲେ, ଗୋଗଇଙ୍କ ପତ୍ନୀ ଏଲିଜାବେଥଙ୍କର ପାକିସ୍ତାନ ଯୋଗାଣ କମିସନ୍‌ ଉପଦେଷ୍ଟା ଏବଂ ଆଇଏସ୍‌ଆଇ ସହ ସମ୍ପୃକ୍ତି ରହିଛି। ଏହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏହି ମାମଲା ଜାତୀୟ ସୁରକ୍ଷା ସହ ଜଡ଼ିତ। ତେଣୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ଼ଗେ ଏନେଇ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button