Vastu Tips – ଟଙ୍କା ବର୍ଷା କରୁଥିବା ( ଫୁଲ ) କରନ୍ତୁ ଏହି ଉପାୟ ହେବ ଧନ ବର୍ଷା

ପ୍ରତେକ ମଣିଷ ନିଜର ଜୀବନରେ ଅନେକ କଷ୍ଟ ଆଦି କରିଥାଏ । ଧନୀ ହେବା ପାଇଁ । କାରଣ ସମସ୍ତେ ଚାହିଁ ଥାଆନ୍ତି କି ସେମାନଙ୍କ ପାଖ ରେ ମଧ୍ୟ ସବୁ ପ୍ରକାରର ସୁଖ, ସମୃଦ୍ଧି, ଧନ , ଶାନ୍ତି ଆଦି ରହିବା ଆବଶ୍ୟକ । ତେବେ ଆମ ହିନ୍ଦୁ ଧର୍ମ ଅନୁସାରେ ମା ଲଷ୍ମୀ ହେଉଛନ୍ତି ଅର୍ଣ ଓ ଧନ ର ଦେବୀ । ତେବେ ପ୍ରତେକ ଫୁଲ ର କିଛି ନା କିଛି ମହତ୍ୱ ରହିଥାଏ । ପ୍ରତେକ ଗଛର ମଧ୍ୟ କିଛି ନା କିଛି ଗୁଣ ରହିଥାଏ ।
ତେବେ ଆମେ ସମସ୍ତେ ଜାଣୁଛୁ କି ଫୁଲ କୁ ପୂଜା ରେ ବ୍ୟବହାର କରାଯାଏ । ତେବେ ସେହି ଫୁଲ ମଧ୍ୟ ରୁ ଅନେକ ଫୁଲ ଅଛି ଯାହା କିଛି ଦେବା ଦେବୀଙ୍କର ପ୍ରିୟ ହୋଇଥାଏ । ଓ ସେହି ଫୁଲ ଅର୍ପଣ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ ।
ତେବେ ଅନେକ ଲୋକ ଜାଣିଛନ୍ତି କି ମନ୍ଦାର ଫୁଲ ପ୍ରାୟ ଦେବୀଙ୍କ ର ପସନ୍ଦ ଓ ମନ୍ଦାର ଫୁଲ ହନୁମାନ ଜି ଙ୍କର ମଧ୍ୟ ଅନେକ ପ୍ରିୟ। ତେବେ ମନ୍ଦାର ଅନେକ ପ୍ରକାରର ଅଛି । ଯେମିତିକି ଲାଲ ମନ୍ଦାର, ଧଳା ମନ୍ଦାର, ଗୋଲାପୀ ମନ୍ଦାର ଅନେକ ରଙ୍ଗର ।
ତେବେ ଲାଲ ମନ୍ଦାର ମା ବନ ଦୁର୍ଗା , ମା ଲଷ୍ମୀ ଓ ପ୍ରଭୁ ହନୁମାନ ଜି ଙ୍କର ବହୁତ ପ୍ରିୟ ହୋଇ ଥାଏ । ତେବେ ଲାଲ ରଙ୍ଗର ହନୁମାନ ଜି ଙ୍କର ପ୍ରିୟ ରଙ୍ଗ ତେଣୁ ଯଦି ଆପଣ ପ୍ରତେକ ମଙ୍ଗଳବାର ଦିନ ହନୁମାନ ଜି ଙ୍କୁ ଲାଲ ମନ୍ଦାର ଫୁଲ ଅର୍ପଣ କରିବେ ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।
ସବୁ ସଙ୍କଟ ନାଶ ହେବ। ଯଦି ଆପଣ ଲାଲ ମନ୍ଦାର ମା ଲଷ୍ମୀଙ୍କୁ ଅର୍ପଣ କରିବେ ତେବେ ଆପଣଙ୍କ ର ଜୀବନରେ ଧନ ସୁଖ ଶାନ୍ତି ଆଦି ସବୁ ର ବୃଦ୍ଧି ହେବ । ଯଦି ଆପଣ ମା ବନ ଦୁର୍ଗାଙ୍କୁ ଆପଣ ଲାଲ ମନ୍ଦାର ଅର୍ପଣ କରିବେ ତେବେ ଆପଣଙ୍କ ଜୀବନ ରେ ଥିବା ଯେତେ ଶତ୍ରୁଙ୍କ ର ମା ନାଶ କରିବେ ।
ଯେଉଁମାନେ ରବିବାର ଦିନ ଓଷା କରୁଛନ୍ତି ତେବେ ସେମାନେ ସୂର୍ଯ୍ୟ ଦେବଙ୍କୁ ଅର୍ଘ ସହିତ ଲାଲ ମନ୍ଦାର ଫୁଲ ଅର୍ପଣ କରନ୍ତୁ । ତାଙ୍କ ଉପରେ ସୂର୍ଯ୍ୟ ଦେବଙ୍କର ଆଶ୍ରିବାଦ ସର୍ବଦା ରହିବ । ଓ ତାଙ୍କ ଜୀବନ ଆଲୋକମୟ ହେବ । ଆପଣ ନିଜ ଘରର କଳସ ବା କୌଣସି ଫୁଲ ଦାନୀରେ ଯଦି ଲାଲ ମନ୍ଦାର ରଖିବେ ।
ତେବେ ଏହା ଦ୍ୱାରା ଘରେ ଶାନ୍ତି, ସ୍ନେହ, ଶ୍ରଦ୍ଧା ଆଦିର ବୃଦ୍ଧି ହେବ। ତେବେ ଏହି ଫୁଲ ର ଅନେକ ମହତ୍ୱ ରହିଚି । ତେବେ ଯଦି ଆପଣ ଏହି ସବୁ ଉପାୟ କରିବେ ତେବେ ଆପଣଙ୍କ ଜୀବନରେ ଶାନ୍ତି ଓ ବିକାଶ , ଉନ୍ନତି ଆଦି ଦେଖାଯିବ ।