ଟ୍ରମ୍ପଙ୍କ ପାଇଁ ହୋମ ଯଜ୍ଞ, ଭିଡିଓ ଭାଇରାଲ

ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ୍ଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ଆଶା କରାଯାଉଛି ଯେ, ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତିବେ। ଏହାରି ଭିତରେ ଦିଲ୍ଲୀର ସାଧୁ ଏବଂ ପୁରୋହିତମାନେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ କରିଛନ୍ତି ହୋମ ଯଜ୍ଞ। ତାଙ୍କ ବିଜୟ ପାଇଁ କରିଛନ୍ତି ପ୍ରାର୍ଥନା।
ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ଭିଡିଓରେ ସାଧୁମାନେ ‘ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବାକୁ ଓ ଦୁନିଆକୁ ପୁଣି ମହାନ କର’ ଭଳି ସ୍ଲୋଗାନ ଦିଆଯାଉଥିବା ଦେଖିବାକୁ ମିଳିଛି। ଆମେରିକାର ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପାଇଁ ଆଧ୍ୟାତ୍ମିକ ଗୁରୁ ଏବଂ ମହାମଣ୍ଡଳେଶ୍ୱର ସ୍ୱାମୀ ବେଦାମୁତି ନନ୍ଦ ସରସ୍ୱତୀ ହୋମ ଯଜ୍ଞ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଫଟୋରେ ତିଲକ ମଧ୍ୟ ଲଗାଇଛନ୍ତି। ସେ ଡୋନାଲ୍ଡ ଟ୍ରମ୍ପ, ଟେସଲା ସିଇଓ ଏଲୋନ୍ ମସ୍କ, ରବର୍ଟ ଏଫ୍ କେନେଡି ଜୁନିଅର ଏବଂ ବିବେକ ରାମା ସ୍ୱାମୀଙ୍କ ପୋଷ୍ଟର ସମ୍ମୁଖରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ଭିଡିଓରେ ଏକ ପୋଷ୍ଟର ଦୃଶ୍ୟମାନ ହୋଇଛି ଯେଉଁଥିରେ ଲେଖା ଅଛି, ‘ହିନ୍ଦୁମାନଙ୍କୁ ବଞ୍ଚାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦିଅ।’