ଓଡିଶା

ବିଷାକ୍ତ ମଦ ପିଇ ପୁଅର ଯାଇଥିଲା ଜୀବନ,୧୮ ବର୍ଷ ହେଲା ଶୁଖୁନି ମାଆ ଆଖିର ଲୁହ

ଗୋପାଳପୁର/ବ୍ରହ୍ମପୁର, (ସୂର୍ଯ୍ୟନାରାୟଣ ପଟ୍ଟନାୟକ): ବ୍ରହ୍ମପୁର ଉପକଣ୍ଠ ଗୋଳାବନ୍ଧ ଗାଁ । ଏବେ ଗାଁରେ ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ବନ୍ଦ । କାରଣ ୨୦୦୬ ଓ ୨୦୧୨ରେ ଗାଁରେ ବିଷାକ୍ତ ମଦ ପିଇ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଅସୁସ୍ଥ ହୋଇଥିଲେ । ସେବେଠାରୁ ଗ୍ରାମରେ ମଦ ବିକ୍ରି ବନ୍ଦ ହୋଇଯାଇଛି । ମଦ ମା’ଠାରୁ ପୁଅକୁ ଛଡ଼ାଇ ନେଇଛି ।

ଗୋଳାବନ୍ଧ ଗାଁର ଏସ୍. ସୀତାମ୍ମାଙ୍କ ଆଖିରୁ ୧୮ ବର୍ଷ ହେଲା ଲୁହ ଶୁଖୁନି । ପୁଅକୁ ମନେ ପକାଇ ବାହୁନି କାନ୍ଦୁଛନ୍ତି ସେ ।

୨୦୦୬ରେ ବିଷାକ୍ତ ମଦ ପିଇ ତାଙ୍କ ପୁଅ ଏସ୍. ଶ୍ୟାମସୁନ୍ଦରଙ୍କ ୨୮ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ସେତେବେଳେ ଶ୍ୟାମସୁନ୍ଦରଙ୍କ ବିବାହକୁ ୨ ବର୍ଷ ହୋଇଥିଲା ଏବଂ ବର୍ଷକର ପୁଅ ମଧ୍ୟ ଥିଲା । ମୂଲ ଲାଗିଲେ ପରିବାର ଚଳୁଥିଲା । ୨୦୦୬ ଏପ୍ରିଲ୍ ୨୨ ତାରିଖ ସକାଳୁ ଶ୍ୟାମ ସୁନ୍ଦର କାମ କରିବାକୁ ଯିବାକୁ କହି ଘରୁ ବାହାରିଥିଲେ । କିଛି ସମୟ ପରେ ତାଙ୍କର ଅସୁସ୍ଥତା ଖବର ଆସିଥିଲା । ପରିବାର ଲୋକ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ବି ପୁଅକୁ ଝୁରି କାନ୍ଦୁଛନ୍ତି ସୀତାମ୍ମା । ଶ୍ୟାମଙ୍କ ପୁଅକୁ ମଣିଷ କରିବା ସହ ବୋହୂର ଦାୟିତ୍ୱ ସୀତାମ୍ମାଙ୍କ ଉପରେ ଥିଲା । ପ୍ରଶାସନ ପକ୍ଷରୁ ମାତ୍ର ୧୦ ହଜାର ଟଙ୍କା ସହାୟତା ମିଳିଥିଲା । ଆଉ କୌଣସି ସହାୟତା ମିଳିନି । ୧୮ ବର୍ଷ ହେଲା ବହୁ କଷ୍ଟରେ ଜୀବନ ବିତିଛି । ଏବେ ବି ପୁଅର କଥା ମନେ ପକାଇ ସୀତାମ୍ମା କାନ୍ଦୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button