ଦେଶ ବିଦେଶ

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଚୀନ, ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ

ବେଜିଂ: ଭୟଙ୍କର ଭୂକମ୍ପରେ ଥରିଲା ଚୀନ । ତାଜିକିସ୍ତାନର ମୁର୍ଗାଓବରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନାଅନୁସାରେ, ଭାରତୀୟ ସମୟ ସକାଳ ୫.୩୭ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମୁର୍ଗାଓବର ପଶ୍ଚିମରୁ ୬୭ କିଲୋମିଟର ଦୂରରେ ଏହି ଝଟକା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୦.୫ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତକ୍ଷେପ ହୋଇନାହିଁ । ତେବେ ଶକ୍ତିଶାଳୀ ଭୂକମ୍ପ ହେତୁ କ୍ଷୟକ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button