ସ୍ୱାସ୍ଥ୍ୟ

ଆଉ ରହିବନି ପ୍ରେଗନେନ୍ସି ଡର! ଏବେ ପୁରୁଷ ଗର୍ଭନିରୋଧକ ବଟିକା ଖାଇ ଏମିତି ଅଟକାଇବେ ସ୍ପର୍ମକୁ, ଜାଣନ୍ତୁ ପୂରା ଖବର

ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ କଣ୍ଡୋମ ବ୍ୟବହାର କରିବା ସହିତ ମହିଳାମାନେ ଗର୍ଭନିରୋଧକ ଔଷଧ ବ୍ୟବହାର କରିଥାନ୍ତି। କିନ୍ତୁ, ବର୍ତ୍ତମାନ ସମୟରେ ବୈଜ୍ଞାନିକମାନେ ପୁରୁଷଙ୍କ ପାଇଁ ମଧ୍ୟ ଗର୍ଭନିରୋଧକ ଔଷଧ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏଥିନେଇ ମୂଷା ମାନଙ୍କ ଉପରେ ପରୀକ୍ଷଣ ଆରମ୍ଭ ହୋଇଯାଇଥିବା ବେଳେ ଖୁବଶୀଘ୍ର ମଣିଷଙ୍କ ଉପରେ ଟ୍ରାଏଲ୍ ଆରମ୍ଭ ହେବ।

ମୂଷା ମାନଙ୍କ ଉପରେ ହୋଇଥିବା ଟ୍ରାଏଲ୍ ସଫଳ ହୋଇଛି। ଏହି ଔଷଧ ୯୯ ପ୍ରତିଶତ ପର୍ଯ୍ୟନ୍ତ ପ୍ରେଗନାନ୍ସିକୁ ରୋକିବାରେ ସଫଳ ହୋଇପାରିବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି। ଏହି ନନ୍ ହର୍ମୋନାଲ ଡ୍ରଗ୍ର ନାମ YCT529 ରଖାଯାଇଛି। ପରୀକ୍ଷଣ ସମୟରେ ପ୍ରଥମ ଚାରି ମାସ ମୂଷା ମାନଙ୍କୁ ଏହି ବଟିକା ଦିଆ ଯାଇଥିଲା। ୪ ମାସ ପରେ ଏହି ବଟିକା ବନ୍ଦ କରିବା ପରେ ମୂଷାମାନେ ପୁଣି ଥରେ ଛୁଆ ଜନ୍ମ ଦେଇଥିଲେ।

Sperm

୨୦୨୨ ମଧ୍ୟରେ ବୈଜ୍ଞାନିକମାନେ ଏହି ଡ୍ରଗ୍ସର ହ୍ୟୁମାନ୍ ଟ୍ରାଏଲ ଆରମ୍ଭ କରିବେ। ସେମାନଙ୍କ କହିବା ଅନୁଯାଇ ଏହି ଔଷଧ ପୁରୁଷଙ୍କ ସେକ୍ସ ହର୍ମୋନକୁ ବ୍ଲକ କରି ଦେଇଥାଏ। ଫଳରେ ଶରୀରରେ ହେଲ୍ଦି ସ୍ପର୍ମ ସେଲ୍ସ ସୃଷ୍ଟି ହୋଇ ପାରିନଥାଏ। ପୂର୍ବରୁ ବ୍ରିଟେନରେ ଏହିପରି ଏକ ଡ୍ରଗ୍ସର ପରୀକ୍ଷଣ କରାଯାଇଥିଲେ ହେଁ YCT529 ଅଧିକ ପ୍ରଭାବଶାଳୀ ହେବ ବୋଲି ଅନୁମାନ କରାଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button