ଏଣିକି ରାଜନୀତିରେ ଚାଲିବ ଓଲଟା ଖେଳ…ବିଜେପିକୁ ଖୋଲା ଚାଲେଞ୍ଜ ଦେଲେ ଦିଦି – Utkal Mail
କୋଲକାତା: ରାଜନୀତିରେ ଏଣିକି ଚାଲିବ ଓଲଟା ଖେଳ । ଯେମିତି କରିବ ସେମିତି ପାଇବ । ଏଣିକି କେବଳ ଜେସାକୁ ତେସା ନୀତି । ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏମିତି ଧମକ ଦେଇଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ଦିଦି ଦେଇଛନ୍ତି ଖୋଲା ଚାଲେଞ୍ଜ । ବଙ୍ଗଳା ପୋଲିସ ବି ବିଜେପି ନେତାଙ୍କ ସହ ସେମିତି ବ୍ୟବହାର କରବ ଯେମିତି ଇଡି ଏବଂ ସିବିଆଇ ଟିଏମସି ନେତାଙ୍କ ସହ କରୁଛି ।
୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଛି । ଏବେ ସବୁ ରାଜନୈତିକ ଦଳର ନଜର ଲୋକସଭା ନିର୍ବାଚନ ଉପରେ । ଆଉ ମାତ୍ର କେତେ ମାସ ବାକି ରହିଛି । ଇତି ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଜୋରଦାର ଟକ୍କର ଆରମ୍ଭ ହୋଇଯାଇଛି । ତେବେ ପଶ୍ଚିମବଙ୍ଗର ପ୍ରସଙ୍ଗ ଟିକେ ହଟକେ । ଦିନିଙ୍କ ସ୍ୱର ଏଠାରେ ଖୁବ ତେଢା ଲାଗୁଛି ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାର ଉପରେ ଜୋରଦାର ବର୍ଷିଛନ୍ତି ମମତା ବାନାର୍ଜୀ । କହିଛନ୍ତି, ବିଜେପି ନେତାଙ୍କ ବିରୁଦ୍ଧରେ ଜେସାକୁ ତେସା ନୀତି ଆପଣାଯିବ । ଏହି ନୀତି ବଙ୍ଗଳାରୁ ଦିଲ୍ଲୀ ଯାଏ ସବୁଠି କାର୍ଯ୍ୟକାରୀ ହେବ ବୋଲି ଦିଦି ଚେତାବନୀ ଦେଇଛନ୍ତି ।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ରାଜନୈତିକ କାର୍ଯ୍ୟକ୍ରମ ସମୟରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ଦ୍ୱାରା ଅପରାଧିକ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି । ସେ କହଛନ୍ତି, ଦଳ ଛାଡିବା ପରେ ମନଗଢା ମାମଲାରେ ତାଙ୍କୁ ଫଶା ଯାଉଛି । ସେ ଆହୁରି ଅଭିଯୋଗ କରିଛନ୍ତି, ମମତା ବାନାର୍ଜୀ ଏବଂ ତାଙ୍କ ଦଳ ଲଗାତାର ସେ ଏବଂ ତାଙ୍କ ଦଳର ସଦସ୍ୟଙ୍କ ପ୍ରତି ଖରାପ ବ୍ୟବହାର ଏବଂ ଘୃଣାତ୍ମକ ବ୍ୟବହାର ଦେଖାଉଛନ୍ତି । ସେ ଗୁରୁବାର ନେତାଜୀ ଇଣ୍ଡୋର ଷ୍ଟାଡିୟମରେ ମମତା ବାନାର୍ଜୀଙ୍କ ବକ୍ତବ୍ୟକୁ ଇଶାରା କରିଛନ୍ତି ଯେଉଁଠି ମମତା କହିଥିଲେ ଆମର ଦଳର ୪ ଜଣ ବିଧାୟକ ଜେଲ ଗଲେ ହତ୍ୟା ଅଭିଯୋଗରେ ବିପକ୍ଷ ଦଳର ଜଣଙ୍କୁ ଜେଲ ପଠାଇବା ନିଶ୍ଚିତ । ବ୍ୟୁରୋ ରିପୋର୍ଟ ଓଡ଼ିଶା ସମ୍ବାଦ