କ୍ରାଇମ

ପୋଷା କୁକୁରକୁ ଫାଶୀ ଦିଆଯିବା ଘଟଣା ପରେ ଯନ୍ତ୍ରଣା ବଖାଣିଲେ ମାଲିକ – Utkal Mail


ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି।  କୁକୁର ‘ଟ୍ରେନିଙ୍ଗ୍‌ ସେଣ୍ଟର୍‌’ ବା ତାଲିମ କେନ୍ଦ୍ର ଫାଟକରେ ଗୋଟାଏ କୁକୁରକୁ ଫାଶୀ ଦେଇ ହତ୍ୟା କରାଯାଇଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଥିଲା। ଏହି ଘଟଣାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।  ଏହି ଘଟଣାରେ ସମ୍ପୃକ୍ତ ଥିବା ରବି କୁଶୱାହ, ନେହା ତିୱାରୀ ଓ ତରୁଣ ଦାସଙ୍କୁ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ଶାଜାପୁର ଜିଲ୍ଲାର ବାସିନ୍ଦା ନୀଳେଶ ଜୈସୱାଲ୍‌ ତାଙ୍କ ପୋଷା କୁକୁର ପାଇଁ ଗତ ଦୁଇବର୍ଷ ଭିତରେ ପାଖାପାଖି ୧୫ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି। ପ୍ରତିଦିନ ହିସାବରେ କୁକୁର ପାଇଁ ୩ରୁ ୪ହଜାର ଟଙ୍କା ଖର୍ଚ୍ଚ ହୋଇଥ‌ାଏ।  ୧୨୦୦ଟଙ୍କା ଖର୍ଚ୍ଚରେ ଚିକେନ ଗ୍ରେଭି ତାକୁ ଖାଇବାକୁ ଦିଆଯାଏ।

କେବଳ ଏତିକି ନୁହେଁ କୁକୁର ସୁଲତାନ ଶରୀରରେ ମହଙ୍ଗା ‌ସ୍ପ୍ରେ ମରାଯାଏ। ଯାହାର ମୂଲ୍ୟ ୫୬୦ଟଙ୍କା ରହିଛି। ସେହିପରି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ୮୫୦ ଟଙ୍କାର ସ୍ପ୍ରେ ସହିତ ସ୍ନାନ ପାଇଁ ସୁଲତାନ ଶରୀରରେ ୨୫୦ମିଲିର ୩୦୦ଟଙ୍କାର ସ୍ୟାମ୍ପୋ ମରାଯାଏ। ପ୍ରତିଦିନ ସୁଲତାନ ତାଜା ମାଂସ ଖାଇଥାଏ। ତା’ ଶରୀରରେ ଏତେ ଶକ୍ତି ଥିଲା କି ଛିଡ଼ା ହୋଇଥିବା ଭାରିଯାନକୁ ସେ ଟାଣି ନେଇଥାଏ।

ନୀଳେଶ ଜୈସୱାଲ୍‌ କହିଛନ୍ତି, ‘ମୁଁ ମୋ କୁକୁରକୁ ୪ ମାସ ପାଇଁ ‘ଆଲ୍‌ଫା ଡଗ୍‌ ଟ୍ରେନିଙ୍ଗ୍‌ ଆଣ୍ଡ୍‌ ବୋର୍ଡିଙ୍ଗ୍‌ ସେଣ୍ଟର୍‌’ରେ ଛାଡ଼ିଥିଲି। ସୁଲତାନ କଥା ବହୁତ ମନେ ପଡ଼ିବାରୁ ମୁଁ ତାକୁ ଘରକୁ ନେବା ପାଇଁ ତାଲିମ କେନ୍ଦ୍ର ସହିତ ଯୋଗାଯୋଗ କରିଥିଲି। ଏହି ସମୟରେ ସେମାନେ କହିଥିଲେ ମୋ କୁକୁର ମରି ଯାଇଛି। ଏକଥା ଶୁଣି ମୁଁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛି। ସୁଲତାନର ଏଭଳି ମୃତ୍ୟୁକୁ ମୁଁ ବିଶ୍ବାସ କରି ପାରୁ ନାହିଁ।

ସୁଲତାନର ମୃତ୍ୟୁକୁ ମୁଁ ବିଶ୍ବାସ କରି ନପାରି ତାଲିମ କେନ୍ଦ୍ରର ‘ସିସିଟିଭି’ ଫୁଟେଜ୍‌ ଦେଖିବାକୁ ଦାବି କରିଥିଲି। ‘ଫୁଟେଜ୍‌’ରେ ଦେଖିବାକୁ ପାଇଲି ଖୁଶ୍‌ୱାହ୍‌, ତିୱାରୀ ଓ ଦାସ ମୋ କୁକୁରକୁ ବାନ୍ଧି ଉପରକୁ ଟେକି ଫାଟକ ବା ଗେଟ୍‌ରେ ଝୁଲାଇ ଦେଉଛନ୍ତି। ମୁକୁଳିବାକୁ ପ୍ରାୟ ୧୦ ମିନିଟ୍‌ କାଳ କୁକୁରଟି ଟାଣି ଓଟାରି ହୋଇ ଶେଷରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲା। ଏଦୃଶ୍ୟ ଦେଖି ମୁଁ ସ୍ଥାଣୁ ପାଲଟି ଯାଇଛି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button