ଓଡିଶା

ରାଇରଙ୍ଗପୁରରେ ବିଶ୍ବ ଆଦିବାସୀ ଦିବସ ପାଳିତ

: ରାଇରଙ୍ଗପୁରରେ ବିଶ୍ବ ଆଦିବାସୀ ଦିବସ ପାଳିତ | ବିଶ୍ବ ଆଦିବାସୀ ଦିବସରେ ଆଦିବାସୀମାନଙ୍କର ଅଧିକାର ପ୍ରତି ସଚେତନତା ତଥା ବିକାଶର ଧାରା ଅଧିକ ତ୍ବରାନିତ କରିବା ମୁଖ୍ୟ ଉଦ୍ଦେଶ୍ୟ l ଏହା ପ୍ରତିବର୍ଷ ଅଗଷ୍ଟ ନଅ ତାରିଖରେ ପାଳନ କରାଯାଇଥାଏ |

ଏହା ଆଦିବାସୀମାନଙ୍କ ଅଧିକାର ଏବଂ ସୁରକ୍ଷା ପ୍ରତି ଅଧିକ ତତ୍ପର ହେବା କଥା ସୂଚାଇଥାଏ | ଏହିଦିବସ ରାଇରଙ୍ଗପୁର ସହରସ୍ତ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ଠାରେ ସାହିତ୍ୟିକ ତଥା ବିପ୍ଳବୀ ମନୋରଂଜନ ତରିଆଙ୍କ ମାର୍ଗଦର୍ଶନ ରେ ଆୟୋଜିତ ହୋଇଯାଇଛି | ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ବରିଷ୍ଠ ନେତା ବିଜୁ ଗୋପାଳ ଗୋପ,ସଂଗଠକ ଧୋନୀ ଗଇପାଇ, ବିର୍ସା କଣ୍ଡାଂକେଲ, ଦୁସୁରୁ ଜେରାଇ, ଦେବରଂଜନ ସିଂ, ଲୁନ୍ଦୁରୁ ବିରୁଆ, ଚନ୍ଦ୍ରିକା କଣ୍ଡାଂକେଲ, ମୋନିକା କଣ୍ଡାଂକେଲ, ନିତାଇ ପୂର୍ତ୍ତୀ, ମଥୁରା ଆଲଡା ଓ ସାହିତ୍ୟପ୍ରେମୀ ଲଳିତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ |

ଉକ୍ତ ଦିବସରେ ରାଇରଙ୍ଗପୁର ଏବଂ ଆଖପାଖ ଅଂଚଳର ଆଦିବାସୀ ମହାନ ବ୍ୟକ୍ତିତ୍ବ ତଥା ସ୍ବାଧୀନତା ସଂଗ୍ରାମୀ ଙ୍କର ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ସେମାନଙ୍କର ସ୍ମୁତିଚାରଣ କରାଯାଇଥିଲା | ଏହାପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏଥିରେ ବହୁ ଆଦିବାସୀ ଭାଇଭଉଣୀ ଯୋଗ ଦେଇଥିଲେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button