ଓଡିଶା

ସାଂସଦ Anubhab ଭାଇରାଲ କଲେ ଏହି ଅଡିଓ କ୍ଲିପ… ଯେଉଁ ଥିରେ ନିଜ ଘରକୁ ଯିବା ପାଇଁ ସେ କେମିତି ହାତ ଯୋଡି ନେହୁରା ହୋଇଛନ୍ତି ଟିକେ ଶୁଣନ୍ତୁ

ଦର୍ଶାଅ ବନ୍ଧୁ ଆପଣ ମାନେ ଜାଣିଥିବେ ଓଲିଉଡ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଛି । ଯାହା ସମୟ କ୍ରମେ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ଅନୁଭବ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ ଅନୁଭବଙ୍କ ଘରକୁ ଯିବାକୁ ନେଇ କିଛି ବାର୍ତ୍ତାଳାପ ହେଉଛି ଯାହାର ଅଡିଓ କଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆସନ୍ତୁ ଜାଣିବା ପୁରା ଖବର ବିଷୟରେ । ଭାଇରାଲ ହୋଇଥିବା ଅଡିଓ କଲରେ ଅନୁଭବ କହୁଛନ୍ତି କି “ଘର ଯଦି ତାଲା ପଡିବ ଗୋଟେ ଚାବି ମୋ ପାଖରେ ରହିବ ଆଉ ଗୋଟେ ଚାବି ବର୍ଷାଙ୍କ ପାଖରେ ରହିବ । ମୁଁ ଯଦି ବାହାରେ ତାଲା ପକାଇବି ପୋଲିସ ସେଥିରେ ମୁଣ୍ଡ ପୁରାଇବ ନାହି ତ । ମୋତେ ଶିଂଗଲ ଲାଇନରେ କୁହନ୍ତି ରଶ୍ମୀ ବାବୁ ଯଦି ତାଲା ର ଦୁଇଟି ଚାବି ରହିବ ତେବେ ସବୁ କିଛି ସମାଧାନ ହେବ । ଯଦି ମୋ ପାଖରେ ଚାବି ନ ରହିବ ତେବେ ସେ ତ କବାଟ ଖୋଲୁ ନାହାନ୍ତି । ଜିଦିରେ ଭିତରେ ରହୁଛନ୍ତି ଶୁଣୁଛନ୍ତି ସବୁ ବାହାରକୁ ଆସୁ ନାହାନ୍ତି । ବର୍ଷା ସବୁ ଜାଣୁଛନ୍ତି କିନ୍ତୁ କବାଟ ଖୋଲୁ ନାହାନ୍ତି ।

ଲେଡି କନେଷ୍ଟବଳ ମୋତେ କହୁଛନ୍ତି ଏତେ ରାତିରେ ଘରକୁ ନ ଆସିବା ପାଇଁ । ଏଟା ଠିକ ନୁହେଁ ରଶ୍ମୀ ବାବୁ । ମୁଁ ରାତିରେ ଯିବି ନାହି । ଆପଣ ମୋ ଠାରୁ ବଡ ହିସାବରେ ମୋତେ କହୁଛନ୍ତି ତେଣୁ ଆଜି ରାତିରେ ମୁଁ ଘରକୁ ଯିବି ନାହି । ବାପା ତଳେ ବସିଥିଲେ ମୁଁ ଖାଲି ଭିଡିଓ କଲ କରିଥାନ୍ତି । ମୋର ଗୋଟେ ଅନୁରୋଧ ଚାବି ଦୁଇ ଜଣଙ୍କ ପାଖରେ ରହୁ ।

ରଶ୍ମୀ ବାବୁ କହିଛନ୍ତି ଯେ ରତାୟରେ ଯିବା ଟା ଭଲ ନୁହେଁ ଆପଣଙ୍କ ପାଇଁ । ଏହା ପରେ ଅନୁଭବ କହୁଛନ୍ତି ମୁଁ ପ୍ରତି ଦିନ ସକାଳୁ ଆସୁଛି ଆଉ ଫେରିକି ଯାଉଛି । ଯଦି ମୁଁ ପ୍ରକୃତରେ କିଛି ଭୁଲ କରେ ତେବେ ପୋଲିସ ଥିବ ନା ସେଠାରେ ଆପଣ ମୋତେ ଦଣ୍ଡ ଦେଇ ପାରିବେ । ତା ପରେ ରଶ୍ମୀ ବାବୁ କହୁଛନ୍ତି ଆପଣ ଯଦି ସାଧାରଣ ଲୋକ ହୋଇଥାନ୍ତେ ତେବେ ଯାଇପାରି ଥାନ୍ତେ ।

ଏହା ପରେ ଅନୁଭବ କହୁଛନ୍ତି ରଶ୍ମୀ ବାବୁ ମୁଁ ସାଧାରଣ ଲୋକେ ନୁହେଁ ଆଉ କଣ । ଯଦି ମୁଁ ମୋ ନିଜ ରୁମକୁ ଯାଇପାରୁ ନାହାନ୍ତି । ବର୍ଷାଙ୍କର ବଡ ଭଉଣୀ ଙ୍କ ଘରେ ଏମିତି ବାଡିଆ ପିଟିଆ ହେଉଛନ୍ତି । ଆଉ ଏଠି ବର୍ଷା ଏମିତି କରୁଛନ୍ତି । ମୋର କୌଣସି ଭୁଲ ଧାରଣା ନ ଥିଲା । ବର୍ଷା ଯୁଆଡେ ବି ଯାଉଛନ୍ତି ମୋତେ ଚାବି ଦେଇକି ଯାଆନ୍ତୁ । ସେ ଥିଲା ବେଳେ ସିନା ମୁଁ ଘରକୁ ଯାଇପାରିବି ନାହି କିନ୍ତୁ ବର୍ଷା ନ ଥିଲା ବେଳେ ତ ମୁଁ ମୋ ଘରକୁ ଯାଇ ପାରିବି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button