ବିଚାର

ଘର ଋଣରୁ କିପରି ସମ୍ପୃଣ ମୁକ୍ତି ପାଇବେ ଜାଣନ୍ତୁ

ବେଳେବେଳେ ପରିସ୍ଥିତି ଆମକୁ ଆଣି ଏମିତି ଏକ ମୋଡ଼ରେ ଛିଡା କରିଥାଏ ଯେ ଆମେ ସେଥିରୁ ସହଜରେ ମୁକୁଳି ପାରି ନଥାଉ ଆଉ ଘରର ଅଭାବ ଦୂର କରିବା ପାଇଁ ଆମେ ବ୍ୟାଙ୍କରୁ ଋଣ ନେଇଥାଉ। କିନ୍ତୁ ବେଳେବେଳେ ଆମେ ଋଣ ସୁଝିବାରେ ସକ୍ଷମ ହୋଇ ପାରି ନଥାଉ। ତେବେ ଋଣ ବିଭିନ୍ନ ଋଣ ଥାଏ ,ଷ୍ଟଡି ଲୋନ, ଗାଡ଼ି ଲୋନ୍ , ବିଜନେସ ପାଇଁ କିଏ ଲୋନ ନେଇଥାଏ ଏମିତି ବିଭିନ୍ନ ପ୍ରକାର ଲୋନ ରହିଛି। କିନ୍ତୁ ଘର ଲୋନ ଅର୍ଥାତ୍ ଆମେ ଘରକୁ ବନ୍ଧକ ରଖି ଯେଉଁ ଲୋନ୍ ଆଣିଥାଉ ଆଉ ଯେଉଁ ଲୋନ ନ ସୁଝି ପାରିଲେ ଆମ ଘର ନିଲାମ୍ ହୋଇ ଯାଇଥାଏ।ତେବେ ଆସନ୍ତୁ ଜାଣିବା ଏଭଳି କିଛି ବାସ୍ତୁ ଟିପ୍ସ, ଯାହା ଦ୍ବାରା ଆପଣଙ୍କୁ ଋଣଭାରରୁ ମୁକ୍ତି ମିଳି ପାରିବ।

ତେବେ ମନୁଷ୍ୟ ଯେତେବେଳେ ଜନ୍ମ ହୋଇଥାଏ ଯେମିତି ତାର ଜନ୍ମ ତାରିଖ ଜନ୍ମ ମାସ ଓ ଜନ୍ମ ବର୍ଷକୁ ନେଇ ଜାତକ ତିଆରି କରା ଯାଇଥାଏ ସେହିଭଳି ଆପଣ ଗୃହ ନିର୍ମାଣ ପାଇଁ ଯେତେବେଳେ ଶୁଭ ଦେଉଛନ୍ତି କି ଯେତେବେଳେ ଫ୍ଲାଟ କିଣୁଛନ୍ତି ସେହି ମୁହୂର୍ତ୍ତ ଅନୁଯାୟୀ ଘରର ଗୋଟିଏ ଜାତକ ତିଆରି କରି ରଖନ୍ତୁ। ଏହା ଦ୍ବାରା ଘରର ଯେକୌଣସି ସମସ୍ୟାର ପ୍ରତିକାର କରା ଯାଇ ପାରିବ।

ତେବେ ଆପଣ ଯେତେବେଳେ ଘରର ଲୋନ କରିଥାନ୍ତି ସେତେବେଳେ ଘରର ଓରିଜିଲାନ ପଟା ପାଉତି ବ୍ୟାଙ୍କରେ ଦେଇ ଋଣ ଆଣିଥାନ୍ତି ଆଉ ସେହି ପଟା ପାଉତିଟିର ଜେରକ୍ସ ଆପଣଙ୍କ ପାଖରେ ରଖିଥାନ୍ତି। ତେବେ ଏହି ଜେରକ୍ସକୁ ଆପଣ ସର୍ବଦା ନୈରୁତ କୋଣରେ ରଖନ୍ତୁ। ଅଗ୍ନି କୋଣ, ବାୟୁ କୋଣ ଏବଂ ଐଶାନ୍ୟ କୋଣରେ ଯଦି ଆପଣ ଆପଣଙ୍କ ଡକୁମେଣ୍ଟ ସବୁ ରଖୁଛନ୍ତି ଏହା ଆପଣଙ୍କୁ ସମସ୍ୟା ଦେଇପାରେ। ତେଣୁ ଏହାକୁ ସର୍ବଦା ନୈରୁତ କୋଣରେ ହିଁ ରଖିବା ପାଇଁ ଚେଷ୍ଟା କରନ୍ତୁ। ଏହାଦ୍ବାରା ଆପଣଙ୍କ ଘର ଆପଣଙ୍କ ହାତରୁ ଆଉ କାହା ହାତକୁ ଯିବ ନାହିଁ।

ଏହା ସହିତ ଆପଣ ଯଦି ଜାତକ କରିଥିବେ ତେବେ ଜାତକ ଅନୁସାରେ ଏହାର ପ୍ରତିକାର କରି ପାରିବେ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ ତେବେ କଣ କରିବେ ଆପଣ ଧନ ଆସିବା ପାଇଁ ଘରର ଉତ୍ତର ଦିଗକୁ ସର୍ବଦା ପରିଷ୍କାର ରଖିବେ। ଆଉ ଋଣମୋଚନ ମନ୍ତ୍ରକୁ ଆପଣ ପ୍ରତ୍ୟେକ ଦିନ ତ୍ରୀସନ୍ଧ୍ୟା ପାଠ କରିବେ ଅର୍ଥାତ୍ ସକଳେ ମଧ୍ୟାହ୍ନ ଏବଂ ସନ୍ଧ୍ୟା ସମୟରେ ପାଠ କରିବେ। ଏହି ମନ୍ତ୍ରକୁ ଘରର ଯେକୌଣସି ସଦସ୍ୟ ପାଠ କରି ପାରିବେ। ଏହା ସହିତ ଘରର ଐଶାନ୍ୟ କୋଣରେ ଲକ୍ଷ୍ମୀନୃସିଂହଙ୍କ ଏକ ସୁନ୍ଦର୍ ପ୍ରତିମା ରଖନ୍ତୁ ତାଙ୍କ ସାମ୍ନାରେ ଏକ ରୂପା ପାତ୍ର କିମ୍ବା ତମ୍ବା ପାତ୍ରରେ ଜଳ ରଖି ଦକ୍ଷିଣାବର୍ତ୍ତି ଶଙ୍ଖ, କଉଡ଼ି କଇଁଛ, ମାଛ, ଗୋମୋତି ଚକ୍ର ଏବଂ ଗୋଟିଏ ମୁଦ୍ରାକୁ ରଖି ଦିଅନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button