ଓଡିଶା

୩ ଘଣ୍ଟା ପାଇଁ ଟ୍ବିନ୍ ସିଟିକୁ ଅରେଞ୍ଜ ସତର୍କତା

ଭୁବନେଶ୍ଵର: ବିଜୁଳି, ଘଡଘଡି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଗାମୀ ୩ ଘଣ୍ଟା ପାଇଁ ପୁରୀ , କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଟ୍ବିନ୍ ସିଟି ପାଇଁ ମଧ୍ୟ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେପଟେ ଆସନ୍ତା ୧୦ ତାରିଖ ଯାଏଁ କୌଣସି ଜିଲ୍ଲାକୁ ବଡ ବର୍ଷା ନାହିଁ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବ ଓଡିଶା ଉପରେ ନଥିବାରୁ ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ମୟୁରଭଞ୍ଜରେ ସର୍ବାଧିକ ୮୦.୪ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପଟେ ଭୁବନେଶ୍ଵର ସମତେ ବିଭିନ୍ନ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ଜଗତସିଂହପୁର ଓ ପାରଳାଖେମୁଣ୍ଡିରେ ୩୭ ଡିଗ୍ରୀ ସେଲସିୟସ୍ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଭୁବନେଶ୍ଵରରେ ୩୫.୬ ଓ କଟକରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button