ଦେଶ ବିଦେଶ

ପିସିଆର ବାଇକ୍‌ ଉପରେ ବସିଥିଲେ କନଷ୍ଟେବଳ, ଚାପିଦେଲା ବସ୍‌

ନିୟନ୍ତ୍ରଣ ହରାଇ ମାଡ଼ି ଆସିଲା ବସ୍। ଆଉ ରାତିର ଅନ୍ଧକାରରେ ଡ୍ୟୁଟିରେ ଥିବା ଜଣେ ପୁଲିସ୍ କନଷ୍ଟେବଳଙ୍କ ସମେତ ଦୁଇ ଜଣଙ୍କ ଉପରେ ଚଢ଼ିଗଲା ବସ୍ । ଏପରି ଏକ ଲୋକଟାଙ୍କୁରା ଘଟଣା ରାଜଧାନୀ ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଗତ ରାତିରେ ଘଟିଛି।

ମୃତକଦ୍ୱୟ ହେଲେ କନଷ୍ଟେବଳ ଭିକ୍ଟର ଓ ଅନ୍ୟ ଜଣେ ପଥଚାରୀ। ତାଙ୍କ ପରିଚୟ ମିଳି ପାରିନି।

ଏହି ଘଟଣାରେ ପୁଲିସ୍ ବସ୍ ଚାଳକ ବିନୋଦ କୁମାରଙ୍କୁ ଅଟକ ରଖିଛି।

ଗତ ରାତିରେ ଡିଟିସି (ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ) ବସ୍ରେ କେହି ଯାତ୍ରୀ ନ ଥିବା ବେଳେ ଡ୍ରାଇଭର ବିନୋଦ ଗାଡ଼ିଟିକୁ ପାର୍କିଂ କରୁଥିଲେ। ମାତ୍ର ନିୟନ୍ତ୍ରଣ ହରାଇ ଗାଡ଼ିଟି ଏକ ଖୁଣ୍ଟିରେ ପିଟି ହେବା ପରେ ଭିକ୍ଟର ଓ ଅନ୍ୟ ଜଣଙ୍କ ଉପରେ ଚଢ଼ି ଯାଇଥିଲା।

ଉକ୍ତ ସମୟରେ ଡ୍ୟୁଟିରେ ଥିବା ଭିକ୍ଟର ପିସିଆର ବାଇକ୍ ଉପରେ ବସିଥିବା ବେଳେ ବସ୍ ତାଙ୍କୁ ଧକ୍କା ଦେଇ ଅନ୍ୟ ଜଣେ ପଥଚାରୀଙ୍କୁ ପିଟିଥିଲା। ଗୁରୁତରଦ୍ୱୟଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍କୁ ଜବତ କରିବା ସହ ଡ୍ରାଇଭର ବିନୋଦ କୁମାରଙ୍କୁ ଅଟକ ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button