ନୀତି

‘ଅଣ୍ଡା ବିକ୍ରି କରି ଆମକୁ ମଣିଷ କରିବା ପାଇଁ ବାପା କରୁଛନ୍ତି ବହୁତ କଷ୍ଟ’ ସ୍ବର୍ଣ୍ଣ ପଦକ ବିଜେତା – Utkal Mail


ନୂଆଦିଲ୍ଲୀ: କଥାରେ ଅଛି ଆମେ ଯେଉଁ ସ୍ବପ୍ନ ନିଦରେ ଦେଖିଥାଉ ତାହା ପୂରା ହୋଇ ନଥାଏ। କିନ୍ତୁ ଯେଉଁ ସ୍ବପ୍ନ ଆମକୁ ଶୋଇବାକୁ ଦେଇ ନଥାଏ ତାହା ପୂରା ହୋଇଥାଏ। ଅନେକ ଚେଷ୍ଟା ଓ ପରିଶ୍ରମ କରିବା ପରେ ହିଁ ମଣିଷ ଦେଖିଥିବା ସ୍ବପ୍ନ ପୂରା ହୋଇଥ‌ାଏ। ଏହି କ୍ରମରେ ଦେଖିବାକୁ ଗଲେ ‌ପରିସ୍ଥିତି ଯେତେ ବି ଖରାପ ଥାଉ ସଫଳତା ନିଶ୍ଚୟ ମିଳିଥିଲା। ନିକଟ‌ରେ ଛତିଶଗଡ଼ରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଛତିଶଗଡ଼ର ଅମ୍ବିକାପୁରର ଗାନ୍ଧିନଗରରେ ରହୁଥିବା ଅଙ୍କିତା ନିଜ ଚେଷ୍ଟା ବଳରେ ନିଜର ପରିବାର ସହିତ ନିଜ ଅଞ୍ଚଳର ନାମ ରଖିଛନ୍ତି। ୧୩ବର୍ଷର ଅଙ୍କିତା ନ୍ୟାସନାଲ ସବ ଜୁନିୟର ବାସ୍କେଟବଲ ଚମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଅଙ୍କିତା ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କ ବାପା ନରେଶ ଗୁପ୍ତା ଅଣ୍ଡା ବ୍ୟବସାୟ କରନ୍ତି। ତେ‌ବେ ଏଭଳି ସଫଳତା ପାଇବା ପରେ ଅଙ୍କିତା କହିଛନ୍ତି, ‘ମୁଁ ବାପାଙ୍କ କଷ୍ଟକୁ ଦେଖିଛି। ଆମ ତିନିଭଉଣୀଙ୍କୁ ମଣିଷ କରିବା ପାଇଁ ସେ ପ୍ରତିଦିନ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାଆନ୍ତି। କିନ୍ତୁ ନିଜ କଷ୍ଟକୁ ସେ କେବେ କାହାରିକୁ ଦେଖାନ୍ତି ନାହିଁ। ତେଣୁ ମୁଁ ବହୁ ଚେଷ୍ଟା ଓ ପରିଶ୍ରମ କରି  ନ୍ୟାସନାଲ ସବ ଜୁନିୟର ବାସ୍କେଟବଲ ଚମ୍ପିୟାନସିପରେ ସ୍ବର୍ଣ୍ଣ ପଦକ ହାସଲ କରିଛି। ଆଉ ବାପାଙ୍କ ମୁହଁରେ ଖୁସି ଦେଇ ପାରିଛି। ଯେଉଁଥିପାଇଁ ମୁଁ ବି ବହୁତ ଖୁସି। ’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button