ଡିପିରେ ତ୍ରିରଙ୍ଗା ଲଗାଉଥିବା ବ୍ୟବହାରକାରୀଙ୍କ ଆକାଉଣ୍ଟ୍ରୁ ବ୍ଲୁ ଟିକ୍କୁ ହଟାଇଲା ଟ୍ବିଟର୍ – Utkal Mail
ନୂଆଦିଲ୍ଳୀ: ତ୍ରିରଙ୍ଗାକୁ ନେଇ ଟ୍ୱିଟରରେ ଏକ ବିବାଦ ଆରମ୍ଭ ହୋଇଛି। ଆଜି ଅଗଷ୍ଟ ୧୫ ବା ସ୍ବାଧୀନତା ଦିବସ ଅବସରରେ ଲୋକମାନେ ନିଜ ଟ୍ୱିଟର ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗାର ଫଟୋ ଲଗାଇ ଦେଶପ୍ରେମ ବ୍ୟକ୍ତ କରିଛନ୍ତି। କିନ୍ତୁ ଟ୍ୱିଟର ବୋଧହୁଏ ଏହାକୁ ପସନ୍ଦ କରିନାହିଁ, ଯେଉଁ କାରଣରୁ କମ୍ପାନି ଆକାଉଣ୍ଟରୁ ବ୍ଲୁ ଟିକ୍କୁ ହଟାଇ ଦେଇଛି। ଯେଉଁମାନଙ୍କ ଡିପିରେ ତ୍ରିରଙ୍ଗା ଫଟୋ ଅଛି ସେହିମାନଙ୍କୁ ଟାର୍ଗେଟ କରି ମାଲିକ ଏଲନ ମସ୍କ ବ୍ଲୁ ଟିକ୍କୁ ସେସବୁ ଆକାଉଣ୍ଟ୍ରୁ କାଟି ଦେଇଛନ୍ତି।
ଟ୍ବିଟର୍ ବା ଏକ୍ସ ମୁତାବକ, ପ୍ରୋଫାଇଲ୍ ଫଟୋରେ ତ୍ରିରଙ୍ଗା ଲଗାଇବା ହେଉଛି କମ୍ପାନି ନୀତିର ଉଲ୍ଲଂଘନ। ଯେଉଁଥିପାଇଁ ଟ୍ୱିଟର ବ୍ଲୁ ଟିକୁ ହଟାଇ ଦେଇଛି। କିନ୍ତୁ ଏହାପୂର୍ବରୁ ଅଗଷ୍ଟ ୧୫ ଏବଂ ଜାନୁଆରି ୨୬ ପରି ସ୍ୱତନ୍ତ୍ର ଦିନମାନଙ୍କର ଟ୍ବିଟର୍ ପ୍ରଚାର କରୁଥିଲା।
କିନ୍ତୁ ଏଲୋନ୍ ମସ୍କ ଟ୍ୱିଟର ଗ୍ରହଣ କରିବା ପରେ ଏହି ନୂଆ ନିୟମ ଜାରି କରାଯାଇଛି। ଏଲୋନ୍ ମସ୍କ ନକଲି ଆକାଉଣ୍ଟକୁ ରୋକିବା ପାଇଁ ପ୍ରୋଫାଇଲ୍ ଫଟୋ ଏବଂ ନାମ ପରିବର୍ତ୍ତନ ନକରିବା ପାଇଁ ଏକ ନିୟମ ଜାରି କରିଥିଲେ। ତେବେ ଡିପିରେ ତ୍ରିରଙ୍ଗା ରଖିବାରୁ ସେହି ନିମୟର ଉଲ୍ଲଂଘନ ଘଟିଛି।
ଯେଉଁମାନେ ମାସିକ ସବସ୍କ୍ରିପସନ୍ ନେଇଛନ୍ତି, ସେମାନେ ଏକ ବ୍ଲୁ ଟିକ୍ ପାଇପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ମାସିକ ଦେୟ ଦେବାକୁ ପଡ଼ିବ। ଏଥିସହ, ଯେଉଁମାନଙ୍କର ୧ ମିଲିୟନରୁ ଅଧିକ ଗ୍ରାହକ ସବ୍ସ୍କ୍ରାଇବର୍ ଅଛନ୍ତି, ସେମାନଙ୍କୁ ମାଗଣାରେ ବ୍ଲୁ ସବସ୍କ୍ରିପସନ୍ ଦିଆଯାଉଛି।