ମନୋରଞ୍ଜନ

ପ୍ରଭାସ ଓ ଅନୁଷ୍କାଙ୍କ କାଳ୍ପନିକ ଝିଅର ଫଟୋ ତିଆରି କଲେ ଫ୍ୟାନ୍ସ – Utkal Mail


ନୂଆଦିଲ୍ଲୀ: ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ିକୁ ସମସ୍ତେ ପସନ୍ଦ କରନ୍ତି। ଏମିତି ଏକ ସମୟ ଥିଲା ଯେଉଁ ସମୟରେ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଉଭୟଙ୍କ ଅନୁଗାମୀମାନେ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ ବୋଲି ଚାହୁଁଥିଲେ। କିନ୍ତୁ  ସେମିତି କିଛି ହେଲା ନାହିଁ।

ସମ୍ପ୍ରତି ପ୍ରଭାସ ଓ ଅନୁଷ୍କାଙ୍କ ଏକ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ବେଶ ଖୁସି ହୋଇଯାଇଛନ୍ତି। ପ୍ରଭାସ ଗୁପ୍ତରେ ହେଉ ପଛେ ଅନୁଷ୍କାଙ୍କ ବିବାହ କରିଛନ୍ତି ବୋଲି ଅଭିନେତାଙ୍କ ଫ୍ୟାନ୍ସମାନେ କହିଛନ୍ତି।

ତେବେ ଏହି ଫଟୋରେ ଦେଖିବାକୁ ମିଳୁଥିବା ଦୃଶ୍ୟ ବାସ୍ତବ ନୁହେଁ। ଏହାକୁ ପ୍ରଭାସ ଓ ଅନୁଷ୍କ‌ାଙ୍କ ଅନୁଗାମୀମାନେ ଏଆଇ ଜେନେରେଟେଡ ମାଧ୍ୟମରେ ତିଆରି କରିଛନ୍ତି। କେବଳ ଏତିକି ନୁହେଁ ବିବାହ ଫଟୋ ସହିତ ଅନୁଷ୍କା ଓ ପ୍ରଭାସ ବାପା ଓ ମା’ ହୋଇଥିବାର ଫଟୋ ବି ସାମ୍ନାକୁ ଆସିଛି। ଯେଉଁଥିରେ ପ୍ରଭାସ ଓ ଅନୁଷ୍କା ଜଣେ କୁନି ଝିଅକୁ ଗେଲ କରୁଥିବା ଦେଖିବାକୁ ମିଳୁଛି।  ପ୍ରଭାସ ଓ ଅନୁଷ୍କାଙ୍କ ଏହି କାଳ୍ପନିକ ଝିଅକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିଛନ୍ତି।

ଏହି ଏଆଇ ଫଟୋକୁ ଦେଖି ପ୍ରଭାସ ଓ ଅନୁଷ୍କାଙ୍କ ଅନୁଗାମୀମାନେ କହିଛନ୍ତି, ‘ହୋଇପାରେ ଏହି ଫଟୋ ପଛରେ କୌଣସି ସତ୍ୟତା ନଥାଇପାରେ। କିନ୍ତୁ ଆମେ ଯାହା ଦେଖିବାକୁ ଆଶା କରିଥିଲୁ ତାହା ଏହି ଫଟୋ ମାଧ୍ୟମରେ ପାଇ ଯାଇଛୁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button