କ୍ରାଇମ

ବିଦ୍ୟାନଗରୀ ବୁର୍ଲାରେ ମଦର ବନ୍ୟା: ପୁଲିସ୍ ଏବଂ ଅବକାରୀ ଅଧିକାରୀଙ୍କ ଜାଣତରେ ଚାଲିଛି କାରବାର – Utkal Mail


ବୁର୍ଲା: ବିଦ୍ୟାନଗରୀ ବୁର୍ଲା ସହର। ଏଠି ସରକାରୀ ସ୍ତରରେ କୌଣସି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନାହିଁ। କାରଣ ବୁର୍ଲା ସହର ଶିକ୍ଷା ଓ ସ୍ୱାସ୍ଥ୍ୟର ପେଣ୍ଠସ୍ଥଳୀ। ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଯୋଗୁଁ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲିବା ଉପରେ ଏଠି କଟକଣା ଜାରି କରାଯାଇଛି। ହେଲେ ତାହା କାଗଜ କଲମରେ ସୀମିତ। ବୁର୍ଲା ସହରକୁ ଅବାଧରେ ପ୍ରବେଶ କରୁଛି ବିଦେଶୀ ମଦ। ଏ କଥା ଆଉ କାହାକୁ ଅଛପା ନାହିଁ। ବୁର୍ଲା ପୁଲିସରୁ ନେଇ ଅବକାରୀ ସମସ୍ତଙ୍କୁ ଜଣା। ହେଲେ ପୁଲିସ ଚଢଉ ଏଠି ଲୋକ ଦେଖାଣିଆ। ଅବକାରୀ ବାବୁଙ୍କ ଏଠି ଦେଖାମିଳେନି।

ମିଳିଥିବା ସୂଚନା ଅନୁସାରେ, କିଛି ଅସାଧୁ ଶ୍ରେଣୀର ମଦ ବେପାରୀ ବରଗଡ଼ , ସୋହେଲା ତଥା ଛତିଶଗଡ଼ରୁ ନକଲି ମଦ ଆଣି ବୁର୍ଲାରେ ବିକ୍ରି କରୁଛନ୍ତି। ପୁଲିସ୍ ପ୍ରଶାସନ ଓ ଅବକାରୀ ବିଭାଗ ସବୁ ଜାଣି ଏଥିରେ ଅଙ୍କୁଶ ଲଗାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ତଥା ସମ୍ବଲପୁର ମହାନଗର ନିଗମ ପକ୍ଷରୁ ସହରର ରାସ୍ତା ସମ୍ପ୍ରସାରଣ ପାଇଁ ଗୋପବନ୍ଧୁ ଛକରୁ ଲକ୍ଷ୍ମୀପୂଜା ଛକ , ଇନ୍ଦିରା ଛକ ଦେଇ କଚ୍ଚା ମାର୍କେଟ ପର୍ଯ୍ୟନ୍ତ ଉଚ୍ଛେଦ ଶେଷ ହେଲାଣି। ଏଣୁ ବୁର୍ଲା ସହରରେ ମଦର ପେଣ୍ଠସ୍ଥଳୀର ଠିକଣା ବଦଳିଛି।

ଏବେ ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ଥିବା ଦୋକାନ ଗୁଡ଼ିକରେ ଚାଲିଛି ଜୋରଦାର ମଦ ବେପାର । ଗ୍ରାହକଙ୍କୁ ନିଜ ଦୋକାନକୁ ଟାଣିବା ପାଇଁ ଅନେକ ସୁବିଧା ଯୋଗାଉଛନ୍ତି। ହୋମ ଡେଲିଭରିରୁ ନେଇ ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ କରାଉଛନ୍ତି। ଏସବୁ ପୁଲିସ୍ ପ୍ରଶାସନ ଏବଂ ଅବକାରୀ ବିଭାଗର କିଛି ଅଧିକାରୀଙ୍କ ଜାଣତରେ ଚାଲିଥିବା ଅଭିଯୋଗ ହେଉଛି। ଏପରିକି ବୁର୍ଲା ଥାନା ପଛପଟେ ଅଳ୍ପ ଦୂରରେ ବେଆଇନ୍ ମଦ କୁଚିଆ ଦୋକାନଗୁଡ଼ିକ ବେଧଡକ ଭାବରେ  ନିଶା କାରବାର କରୁଛନ୍ତି। ଏ ନେଇ ବୁର୍ଲା ଥାନାଧିକାରୀ ଅନିଲ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ କହିଥିଲେ, ନିୟମିତ ଚଢଉ ଚାଲିଛି। ଜନସାଧାରଣ ଯଦି ସୂଚନା ଦେବେ, ଚଢଉ କରାଯିବ ଏବଂ ତାଙ୍କ ନାମ ଗୋପନ ରଖାଯିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button