ବିଚାର

ଘରର ରଙ୍ଗ କିପରି ହେଲେ,ଘରେ ଧନର ବର୍ଷା ହୋଇଥାଏ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର କିପରି ହେଲେ ରଙ୍ଗ ଧନ ମାଡି ଆସିଥାଏ। ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ ରଙ୍ଗର ବହୁତ ମହତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ବାସ୍ତୁଶାସ୍ତ୍ରର ମୂଳ ଆଧାର ହେଉଛି ପଞ୍ଚତତ୍ୱ। କୌଣସି ବି ଘରର ବାଲାନ୍ସକୁ ନିୟନ୍ତ୍ରଣ ଭାବେ ରଖିବାକୁ ପଞ୍ଚତତ୍ୱର ସୁବ୍ୟବସ୍ଥା ବଜାୟ ରହିବା ଆବଶ୍ୟକ। ଯେଉଁ ଘରେ ପଞ୍ଚତତ୍ୱର ସୁବ୍ୟବସ୍ଥା ଠିକ ଭାବରେ ନରୁହେ ସେହି ଘରେ ରହୁଥିବା ଲୋକ ମାନଙ୍କର ଉନ୍ନତି ହୋଇପାରି ନଥାଏ। ଏହି ପଞ୍ଚ ତତ୍ତ୍ୱ ହେଉଛି ଜଳ ତତ୍ତ୍ୱ ବାୟୁ ତତ୍ତ୍ୱ ଅଗ୍ନି ତତ୍ତ୍ୱ ପୃଥିବୀ ତତ୍ତ୍ୱ ଏବଂ ଆକାଶ ତତ୍ତ୍ୱ।

ଏମାନଙ୍କର ସୃଷ୍ଟି କିପରି ହୋଇଥିଲା। ଜଳରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ପୃଥିବୀ, ପୃଥିବୀରୁ ଆକାଶ ଓ ଆକାଶରୁ ଜଳ ସୃଷ୍ଟି ହୋଇଥିଲା। ପଞ୍ଚତତ୍ୱର ପ୍ରଭାବ ଘରର ବାସ୍ତୁ ଉପରେ ପଡିଥାଏ ଏବଂ ବାସ୍ତୁର ପ୍ରଭାବ ଆମ ଜୀବନ ଜୀବିକା ଉପରେ ପଡିଥାଏ। ଏଣୁ ବାସ୍ତୁ ଅନୁସାରେ କେଉଁ ଦିଗରେ କେଉଁ ପ୍ରକାରର ରଙ୍ଗ ବା କଲର ଲଗେଇଲେ ଜୀବନରେ ଉନ୍ନତି ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହିତ ସମସ୍ତ ଠିକ ରହିପାରିବ। ଏହି ବିଷୟରେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଘରର ପଞ୍ଚତତ୍ତ୍ୱ ଅନୁସାରେ ଆକାଶ ତତ୍ୱର ରଙ୍ଗ ଧଳା। ଜଳ ତତ୍ୱର ହେଉଛି ନୀଳ କଲର। ବାୟୁ ତତ୍ୱର ହେଉଛି ସବୁଜ କଲର। ଅଗ୍ନି ତତ୍ୱର ରଙ୍ଗ ହେଉଛି ନାଲି ଏବଂ ପୃଥିବୀ ତତ୍ୱର ରଙ୍ଗ ହେଉଛି ହଳଦିଆ। ଏହିପରି ଭାବରେ ତତ୍ତ୍ୱ ଅନୁସାରେ ଯେଉଁ ରଙ୍ଗ ଶୁଭ ଅଟେ ସେହି ରଙ୍ଗ ସେହି ଦିଗରେ ହେଲେ ଶୁଭ ହୋଇଥାଏ ଏବଂ ବିପରୀତ ରଙ୍ଗ କଲେ ଅଶୁଭ ହୋଇଥାଏ କ୍ଷତିକାରକ ହୋଇଥାଏ। ଏହି କ୍ଷେତ୍ରରେ ଅନେକ ସ୍ଥାନରେ ଦେଖାଯାଇଛି କି ଅନେକ ଧନଶାଳୀ ବ୍ୟକ୍ତି ବାସ୍ତୁ ଅନୁସାରେ ଭୁଲ ରଙ୍ଗ ଲଗାଇ କାଙ୍ଗାଳ ମଧ୍ୟ ହୋଇଛନ୍ତି। ଅନେକ ରୋଗ ଏବଂ ଦୁର୍ଘଟଣାର ଶିକାର ମଧ୍ୟ ହୋଇଛନ୍ତି।

ତେବେ ଆସନ୍ତୁ ଜାଣିବା ଦିଗ ଏବଂ ତତ୍ତ୍ୱ ଅନୁସାରେ ଶୁଭ ରଙ୍ଗ କଣ ଅଟେ।

ଘରର ଉତ୍ତର ଦିଗ ଏହା ଜଳ ତତ୍ତ୍ୱର ସ୍ଥାନ ଅଟେ। ତେଣୁ ଏହି ଉତ୍ତର ଦିଗ ପାଇଁ ନୀଳ ରଙ୍ଗ ଶୁଭ ହୋଇଥାଏ। ଏହି ଦିଗରେ କେବେବି ହଳଦିଆ ରଙ୍ଗ ଲାଲ ରଙ୍ଗ ଘରେ କରିବେ ନାହିଁ। କାରଣ ହଳଦିଆ ଏବଂ ଲାଲ ପୃଥିବୀ ଏବଂ ଅଗ୍ନି ତତ୍ୱର ରଙ୍ଗ ଅଟେ। ଯାହା ଫଳରେ କି ଜଳକୁ ଶୁଷ୍କ କରିଦେଇଥାଏ। ଏହା ଫଳରେ ଜୀବନ ଜୀବିକା ବା କ୍ୟାରିୟରରେ ବାଧା ଆଣିଥାଏ।

ସ୍ୱାସ୍ଥ୍ୟ ହାନି ହୋଇଥାଏ ଏଥିପାଇଁ ନୀଳ ରଙ୍ଗ କରିବା ଶୁଭ ହୋଇଥାଏ କିନ୍ତୁ ଏହା ପରିବର୍ତେ ଆପଣ ଧଳା ବା ସବୁଜ ରଙ୍ଗ ମଧ୍ୟ କରିପାରିବେ। କାରଣ ଆକାଶରୁ ଜଳ ସୃଷ୍ଟି। ଏଣୁ ଆକାଶ ତତ୍ୱର କଲର ଜଳ ତତ୍ୱର କରିପାରିବେ। ଜଳରୁ ବାୟୁ ସୃଷ୍ଟି। ତେଣୁ ଜଳ ତତ୍ୱରେ ବାୟୁ ତତ୍ୱର କଲର ମଧ୍ୟ କରିପାରିବେ।

ଏବେ ଆସନ୍ତୁ ଜାଣିବା ବାୟୁ ତତ୍ୱର ଶୁଭ ରଙ୍ଗ ବିଷୟରେ। ଏହି ତତ୍ୱର ଶୁଭ ରଙ୍ଗ ହେଉଛି ସବୁଜ ରଙ୍ଗ। ଏହା ହେଉଛି ପୂର୍ବ ଦିଗର ତତ୍ତ୍ୱ ଅଟେ ତେଣୁ ପୂର୍ବ ଦିଗରେ ଘରର ସବୁଜ ରଙ୍ଗ କରିବା ଶୁଭ ହୋଇଥାଏ। କିନ୍ତୁ ଏହି ଦିଗରେ ଲାଇଟ ବ୍ଲୁ ଏବଂ ଅଫ ଧଳା କଲର କରିପାରିବେ କିନ୍ତୁ ହଳଦିଆ ଏବଂ ଲାଲ କଲର ଅଶୁଭ ହୋଇଥାଏ।

ଏବେ ଆସନ୍ତୁ ଜାଣିବା ଦକ୍ଷିଣ ଦିଗ ଯାହାକି ଅଗ୍ନି ତତ୍ତ୍ୱ ଅଟେ। ଏହି ଅଗ୍ନି ତତ୍ୱର ରଙ୍ଗ ହେଉଛି ଲାଲ କଲର। ଏଣୁ ଏହି ଦିଗରେ ଭୁଲରେ ମଧ୍ୟ ବ୍ଲୁ କଲର କରିବା ଉଚିତ ହୋଇନଥାଏ। କାରଣ ଅଗ୍ନିକୁ ଜଳ ନଷ୍ଟ କରିଦେଇଥାଏ। ଯାହା ଫଳରେ କି ଏହି ଦକ୍ଷିଣ ଦିଗରେ ବ୍ଲୁ କଲର କରିଲେ ରୋଜଗାର ହାନି ହୋଇଥାଏ। ଧନୀ ଦରିଦ୍ର ହୋଇଯାଏ। କରଜରେ ବୁଡି ରହେ। ରୋଗ ଗ୍ରସ୍ତ ମଧ୍ୟ ହୋଇଥାଏ। ତେଣୁ ଏହି ଦକ୍ଷିଣ ଦିଗରେ ହଳଦିଆ କଲର କରିବା ଉଚିତ ହୋଇନଥାଏ। ଏହି ଦିଗରେ ଲାଲ ଲାଇଟ ଲାଲ ଗୋଲାପୀ ଅଫ ଧଳା ଏବଂ ଲାଇଟ ଗ୍ରୀନ କଲର କରିପାରିବେ।

ପଶ୍ଚିମ ଦିଗ ପୃଥିବୀ ତତ୍ୱର ହୋଇଥାଏ। ଏହି ଦିଗରେ ହଳଦିଆ ରଙ୍ଗ ଶୁଭ ହୋଇଥାଏ। ଏହି ଦିଗ ପାଇଁ ବ୍ଲୁ ଏବଂ ଗ୍ରୀନ କଲର ଅଶୁଭ ହୋଇଥାଏ। କିନ୍ତୁ ଲାଇଟ ପିଙ୍କ କଲର କରିପାରିବେ।

ଏବେ ଆସନ୍ତୁ ଜାଣିବା ଆକାଶ ତତ୍ତ୍ୱ ବିଷୟରେ। ଏହାର ଶୁଭ ରଙ୍ଗ ହେଉଛି ଧଳା। ତେବେ ଘରର ଆକାଶ ଅଟେ। ଘରର ଛାତ ବା ସିଲିଂକୁ ଆକାଶ ତତ୍ତ୍ୱ ଧରାଯାଏ। ଏହି ସିଲିଂ ଆକାଶ ତତ୍ତ୍ୱ ହୋଇଥିବାରୁ ଏହି ସିଲିଂରେ ଧଳା ଏବଂ ଅଫ ଧଳା ଏବଂ ଲାଇଟ ବ୍ଲୁ କଲର ମଧ୍ୟ କରିପାରିବେ। ଏହିପରି ଭାବରେ ଯଦି ସଠିକ ଦିଗରେ ସଠିକ ସ୍ଥାନରେ ସଠିକ କଲର କରାଯାଏ ତେବେ ଜୀବନରେ ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button