ବିଚାର

ଭଗବାନ ଶିବଙ୍କର ଚମତ୍କାର ସତ୍ୟ ଘଟଣା। ଜାଣନ୍ତୁ ଭଗବାନ ଶିବଙ୍କର କଥା

ଏହି ଘଟଣା ହେଉଛି ୧୯୮୮ ମସିହାର, ଯେତେବେଳେ ଭାରତରେ ଇଂରେଜ ମାନେ ଆମ ଭାରତକୁ ଶାସନ କରୁଥିଲେ। ଅଧିକାଂଶ ଇଂରେଜ ଅଫିସର ମାନେ ନିଜ ପରିବାର ସହିତ ଭାରତରେ ରହୁଥିଲେ। ସେଥିମଧ୍ୟରୁ ଜଣେ ହେଉଛନ୍ତି ଲେପ୍ଟେନ କର୍ଣେର୍ଲ ମାର୍ଟିନ। କର୍ଣେଲ ମାର୍ଟିନ ନିଜ ପତ୍ନୀଙ୍କ ସହିତ ମଧ୍ୟପ୍ରଦେଶରେ ରହୁଥିଲେ। ଯେଉଁ ସ୍ଥାନରେ ସେ ରହୁଥିଲେ, ସେଠାରେ ଭଗବାନ ଶିବଙ୍କର ପ୍ରାଚୀନ ମନ୍ଦିର ବୈଦ୍ୟନାଥଙ୍କ ମନ୍ଦିର ଅଟେ।

କର୍ଣେଲଙ୍କ ପତ୍ନୀ ସେହି ମନ୍ଦିର ସାମ୍ନା ଦେଇ ସବୁଦିନ ଯିବାଆସିବା କରୁଥିଲେ। କିନ୍ତୁ ସେ କ୍ରିଷ୍ଟିୟାନ ହୋଇଥିବାରୁ କେବେବି ମନ୍ଦିର ଭିତରକୁ ପ୍ରବେଶ କରି ନଥିଲେ। ତାଙ୍କୁ ମନ୍ଦିରରେ ବୋଲା ଯାଉଥିବା ବୈଦିକ ମନ୍ତ୍ରର ଜପ ଶୁଣିବାକୁ ବହୁତ ଭଲ ଲାଗୁଥିଲା। ଥରେ କର୍ଣ୍ଣେଲ ମାର୍ଟିନଙ୍କୁ ଆଫଗାନିସ୍ତାନ ଯୁଦ୍ଧ ପାଇଁ ଯିବାକୁ ପଡିଲା। ଏହି ଯୁଦ୍ଧ ବ୍ରିଟିଶ ଓ ପଠାଣଙ୍କ ମଧ୍ୟରେ ହେଉଥିଲା। ଯୁଦ୍ଧ କ୍ଷେତ୍ର ପାହାଡ଼ ଅଞ୍ଚଳରେ ଥିଲା। ଏହାର ଭଲ ଫାଇଦା ପଠାଣ ମାନେ ନେଉଥିଲେ।

ଏହି ଯୁଦ୍ଧ ବହୁତ ଦିନ ପର୍ଯ୍ୟନ୍ତ ଚାଲିଲା। ମାର୍ଟିନ ନିଜ ପତ୍ନୀଙ୍କୁ ଯୁଦ୍ଧ କ୍ଷେତ୍ରରୁ ଚିଠି ଲେଖୁଥିଲେ। ଚିଠି ପାଇ ମାର୍ଟିନଙ୍କ ପତ୍ନୀ ସନ୍ତୁଷ୍ଟ ହେଉଥିଲେ। କିନ୍ତୁ କିଛିଦିନ ପାରେ ଚିଠି ଆସିବା ବନ୍ଦ ହୋଇଗଲା। ଏହାଦେଖି ମାର୍ଟିନଙ୍କ ପତ୍ନୀଙ୍କର ଅବସ୍ଥା ଖରାପ ହୋଇଗଲା ଓ ସେ ଦୁଃଖ ଓ ଚିନ୍ତାରେ ବୁଡି ରହିଲେ। ସେ ବୈଦ୍ୟନାଥ ମନ୍ଦିର ଦେଇ ଯାଉଥିବା ସମୟରେ ତାଙ୍କୁ ବୈଦିକ ମନ୍ତ୍ରର ଶବ୍ଦ ଶୁଣା ଗଲା ଏବଂ ସେ ଆକର୍ଷିତ ହୋଇ ମନ୍ଦିର ଭିତରକୁ ପଶି ଗଲେ। ତାଙ୍କୁ ଜଣା ନଥିଲା କି ଏହି ମନ୍ଦିର କେଉଁ ଦେବତାଙ୍କର, କିନ୍ତୁ ହିନ୍ଦୁ ଠାକୁର ବୋଲି ଜଣା ଥିଲା।

ମନ୍ଦିରରେ ମାର୍ଟିନଙ୍କ ପତ୍ନୀ ହାତ ଯୋଡ଼ି ନିଜ ଗୁହାରି କହିବାକୁ ଲାଗିଲେ। ଏହା ଦେଖି ମନ୍ଦିରର ପୂଜକ ତାଙ୍କୁ ପାଖକୁ ଡାକିଲେ ଏବଂ ମାର୍ଟିନଙ୍କ ପତ୍ନୀ ନିଜର ବେଦନା ପୂଜକଙ୍କୁ କହିଲେ। ମନ୍ଦିରର ପୂଜକ ତାଙ୍କୁ ୧୧ ଦିନ ପର୍ଯ୍ୟନ୍ତ ୧୦୮ ଥର ଲେଖାଏଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାକୁ ପରାମର୍ଶ ଦେଲେ। ତାପରେ ମାର୍ଟିନଙ୍କ ପତ୍ନୀ ପ୍ରତ୍ୟେକଦିନ ମନ୍ଦିରକୁ ଆସି ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଓ ସ୍ବାମୀଙ୍କୁ ଫେରେଇ ଆଣିବା ପାଇଁ ଗୁହାରୀ କଲେ। ଏହାସହିତ ସେ ଏକ ସଂକଳ୍ପ ନେଲେ କି, ଯଦି ତାଙ୍କ ସ୍ବାମୀ ଘରକୁ ଫେରି ଆସନ୍ତି ତାହେଲେ ସେ ଏହି ମନ୍ଦିରର ନବିନିକରଣ କରିବେ।

ଏଗାର ଦିନ ପରେ ମାର୍ଟିନଙ୍କ ଚିଠି ଆସିଲା, ତାଙ୍କ ପତ୍ନୀ ଚିଠି ପାଇ ବହୁତ ପ୍ରସନ୍ନ ହେଲେ ଏବଂ ଭଗବାନ ଶିବଙ୍କୁ ପ୍ରଣାମ କଲେ। ମାର୍ଟିନ ତାଙ୍କ ଚିଠିରେ ଲେଖିଥିଲେ – ମୁସଲିମ ପଠାଣ ମାନେ ଆମକୁ ଘେରି ରହିଥିଲେ ଏବଂ ଆମେ ବହୁତ ଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲୁ। ଶେଷରେ ଜଣେ ସାଧୁ ତ୍ରିଶୂଳ ଧରି ଆମକୁ ବଞ୍ଚାଇବା ପାଇଁ ଆସିଲେ। ଏହି ଚିଠି ପଢ଼ି ମାର୍ଟିନଙ୍କ ପତ୍ନୀ ବୁଝି ଗଲେ କି, ସ୍ଵୟଂ ଭଗବାନ ଶିବ ତାଙ୍କ ସ୍ଵାମୀଙ୍କ ରକ୍ଷା କରିବା ପାଇଁ ଆସିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button