ଓଡିଶା

ଯୋଡାରେ ଚାଞ୍ଚଲ୍ୟ : ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଏକ ବନ୍ଦ ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭଡ଼ାଘର କବାଟ ଭାଙ୍ଗି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଡାକ୍ତର ଜଣଙ୍କ ପରିଚୟ ଶୁଭଶ୍ରୀ କର ବୋଲି ଜଣାପଡିଛି। ଶୁଭଶ୍ରୀ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ। ବନେଇକଳା ବସ୍ତିରେ ଏକ ଭଡ଼ା ଘରେ ରହୁଥିଲେ ଶୁଭଶ୍ରୀ। ସାଙ୍ଗଙ୍କ ସହ ନୂଆବର୍ଷ ପାଳନ ପାଇଁ ଯାଇଥିଲେ ଶୁଭଶ୍ରୀ। ସେଠାରୁ ଘରକୁ ଫେରି କବାଟ ଖୋଲିନଥିଲେ। ଏନେଇ ପୋଲିସକୁ ସୂଚନା ଦେବାପରେ ଘରର କବାଟ ଭାଙ୍ଗି ମୃତଦେହକୁ ଉଦ୍ଧାର କରାଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button