ଅଙ୍କାରା : ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ଥରିଛି ତୁର୍କୀ । ନୁରଦଗୀର ପୂର୍ବରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏନେଇ ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ଟି ଘର ଭୁଶୁଡି ଯାଇଥିବା ନେଇ ସାନଲ୍ୟୁଫରା ମେରା ସୂଚନା ଦେଇଛନ୍ତି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି ।
ୟୁଏସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସକାଳୁ ସକାଳୁ ଦୁଇ ବଡ ଭୂକମ୍ପରେ ଥରିଛି ତୁର୍କୀ । ନୁରଦଗୀର ୨୩ କିଲୋମିଟର ପୂର୍ବରେ ଏକ ଭୂକମ୍ପ ହୋଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ମଧ୍ୟ ଭୂକମ୍ପ ହୋଇଛି । ନୁରଦଗୀରେ ଭୂକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିବା ବେଳେ ସେଣ୍ଟ୍ରାଲ ତୁର୍କୀରେ ୬.୭ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସୂଚନାଥାଉକି, ଏହା ପୂର୍ବରୁ ୨୦୨୨ ନଭେମ୍ବର ମାସରେ ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ଅନୁନ୍ୟ ୫୦ଜଣ ଲୋକ ଆହତ ହୋଇଥିଲେ ।
Back to top button