ଦେଶ ବିଦେଶ

ଅନୱର ଇବ୍ରାହିମ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ

କ୍ବାଲାଲମପୁର: ମାଲେସିଆରେ ନିର୍ବାଚନ ପରବର୍ତ୍ତୀ ଅଚଳାବସ୍ଥା ପରେ ଭେଟେରାନ ବିରୋଧୀଦଳ ନେତା ଅନୱର ଇବ୍ରାହିମ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ଅନୱର ଇବ୍ରାହିମଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ରାଜା ସୁଲତାନ ଅବଦୁଲ୍ଲା । ନିର୍ବାଚନରେ ​​ଉଭୟ ଅନୱାର ଇବ୍ରାହିମ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ ୟାସିନ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ।

ଅନୱରଙ୍କ ଦଳ କାହା ସହ ମେଣ୍ଟ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ରାଜପ୍ରାସାଦ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମାଳୟ ଶାସକଙ୍କ ମତକୁ ଦୃଷ୍ଟିରେ ରଖି ଅନୱର ଇବ୍ରାହିମଙ୍କୁ ମାଲେସିଆର ଦଶମ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାକୁ ରାଜା ଅନୁମତି ପ୍ରଦାନ କରିଛନ୍ତି।

ମାଲେସିଆ ସାଧାରଣ ନିର୍ବାଚନରେ ​​ଅନୱରଙ୍କ ପାକତନ ହରପନ୍ ଦଳ ସର୍ବାଧିକ ଆସନ ଜିତିଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିପାରିନଥିଲା |

ନେତା ମାନଙ୍କ ବ୍ୟକ୍ତିଗତ ତଥା ଆଦର୍ଶଗତ ମତଭେଦ ଯୋଗୁଁ ଅନୱାର ଇବ୍ରାହିମଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନଥିଲେ ବୋଲି ବିଶେଷଜ୍ଞ କହିଛନ୍ତି । ଶେଷରେ ଅଚଳାବସ୍ଥା ଦୂର କରିବା ଦାୟିତ୍ବ ମାଲେସିଆର ସାମ୍ବିଧାନିକ ମୁଖ୍ୟ ରାଜା ଅବଦୁଲ୍ଲାଙ୍କୁ ଦିଆଯାଇଥିଲା। ଇବ୍ରାହିମଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ରାଜା।

ନୂଆ ସରକାରର ରୂପରେଖ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଇବ୍ରାହିମଙ୍କ ଦଳ କାହା ସହିତ ମେଣ୍ଟ କରିବେ କିମ୍ବା କେଉଁ ଦଳ ତାଙ୍କୁ ସମର୍ଥନ କରିବେ ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ ।

ଜଣେ ଉଦାରବାଦୀ ବ୍ୟକ୍ତିତ୍ଵ ଭାବେ ପରିଚିତ ଅନୱାର ଇବ୍ରାହିମଙ୍କ ରାଜନୈତିକ ଯାତ୍ରା ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା ।

ଅନୱର ଇବ୍ରାହିମ ଏକଦା ମାଲେସିଆର ସଂସ୍କାରବାଦୀ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କ ଉତ୍ତରାଧିକାରୀ ଭାବେ ବିବେଚିତ ହେଉଥିଲେ । ୧୯୯୮ରେ ଅନୱର ଇବ୍ରାହିମ ପ୍ରଧାନମନ୍ତ୍ରୀ ଭାବେ ମହାଥୀରଙ୍କ ସ୍ଥାନ ନେବେ ବୋଲି ମନେ କରାଯାଉଥିଲା । କିନ୍ତୁ ଆର୍ଥିକ ନୀତି ନେଇ ଉଭୟଙ୍କ ମଧ୍ୟରେ ମତଭେଦ ଯୋଗୁଁ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଇବ୍ରାହିମଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନ ମଧ୍ୟ ଅଧୁରା ରହିଯାଇଥିଲା ।

୧୯୯୮ ରେ ନିଜେ ଅନୱାର ଇବ୍ରାହିମ ଦୁର୍ନୀତି ଏବଂ ସମଲିଙ୍ଗୀ ସମ୍ପର୍କ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ୬ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିଲା ।

ତାଙ୍କର ଲୋକପ୍ରିୟ ଭାବମୂର୍ତ୍ତି ଯୋଗୁଁ ଅନୱାର ଇବ୍ରାହିମ ତାଙ୍କ ରାଜନୈତିକ ଯାତ୍ରା ଆରମ୍ଭରୁ ଜଣେ ସଫଳ ନେତା ଭାବରେ ପରିଚିତ ହୋଇଥିଲେ |

ସେ ଦେଶର ବିଚ୍ଛିନ୍ନ ସଂଖ୍ୟାଲଘୁ ଦଳଗୁଡ଼ିକୁ ଗୋଟିଏ ଛାତ ତଳେ ଏକାଠି କରି ସେମାନଙ୍କ ମିଳିତ ସେ

ମେଣ୍ଟର ନେତୃତ୍ବ ନେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button