ଭଲ ସମୟ ଆସିବା ପୂର୍ବରୁ ମାତା ଲକ୍ଷ୍ମୀ ଦେଇଥାନ୍ତି ଏହି 5ଟି ସଙ୍କେତ
ବନ୍ଧୁଗଣ ବର୍ତମାନ ଜୀବନରେ ସମସ୍ତଙ୍କର ଟଙ୍କା ପଇସାର ଆବଶ୍ୟକତା ବହୁତ ରହିଛି |ଧନର ଅଭାବ ରହିଲେ ଜୀବନ ଦୁଃଖ କଷ୍ଟରେ ଅତିବାହିତ ହୋଇଥାଏ | ବର୍ତମାନ ଧନର ମହତ୍ତ୍ୱ ଅଧିକ ହୋଇଥାଏ | କଥାରେ କୁହାଯାଏ ଯେ ଧନର ଦ୍ଵାରା ସମ୍ପର୍କ କି ଖୁସି କିଣି ହୋଇନଥାଏ | କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଯଦି ଧନ ଆପଣଙ୍କ ପାଖରେ ଥାଏ ତେବେ ଖୁସି ଆପଣଙ୍କୁ ଆପେ ଆପେ ମିଳିଯାଏ | ବନ୍ଧୁଗଣ ଧନର କାମନା ପ୍ରତ୍ୟକ ବ୍ୟକ୍ତି କରିଥାନ୍ତି, ସମସ୍ତେ ଧନବାନ ହେବାର ସ୍ବପ୍ନ ଦେଖିଥାନ୍ତି |
ପ୍ରାୟ ସମସ୍ତ ବ୍ୟକ୍ତି ଧନବାନ ହେବାର ଆକାଂକ୍ଷା ରଖି ଦିନ ରାତି ପରିଶ୍ରମ କରି ଧନ କମେଇବାରେ ଲାଗିଥାନ୍ତି |ଜୀବନର ଏକ କାଟୁସତ୍ୟ ଯେ ଯାହା ପାଖରେ ଧନ ରହିଥାଏ ତାହା ହାତ ମୁଠାରେ ପୁରା ଦୁନିଆ ରହିଥାଏ |କିନ୍ତୁ ଗରିବ ବ୍ୟକ୍ତି ପାଖରେ କେହିବି ରହିନଥାନ୍ତି |ତେଣୁ ସମସ୍ତେ ଧନବାନ ହେବାପାଇଁ ମା ଲଷ୍ମୀଙ୍କର ଆରାଧନା କରିଥାନ୍ତି | ମା ଲଷ୍ମୀ ଯେବେବେଳେ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେବେଳେ କିଛି ସଂକେତ ମିଳିଥାଏ,ମୁଁ ଆଜି ଆପଣଙ୍କୁ ଏହି ସଂକେତ ଗୁଡିକ ବିଷୟରେ ଜଣେଇବି |
1:-ବନ୍ଧୁଗଣ ଯଦି ଆପଣଙ୍କ ଘରେ କଳା ରଙ୍ଗର ପିମ୍ପୁଡି ଗୋଲ ଆକାରରେ ବୁଲୁଥାନ୍ତି ତେବେ ଏହାକୁ ମା ଲଷ୍ମୀଙ୍କ ଆଗମନର ସଂକେତ ବୋଲି ମାନାଯାଏ | ଏହାକୁ ଝାଡୁ ଦ୍ଵାରା ଘର ବାହାରକୁ ବାହାର କରନ୍ତୁ ନାହିଁ, ବରଂ ଏମାନଙ୍କୁ ଅଟା, ଚିନି ଖାଇବା ପାଇଁ ଦିଅନ୍ତୁ ଓ ହଳଦୀ କୁକୁମ ଲଗାନ୍ତୁ | ଏହା ଦ୍ଵାରା ଆପଣଙ୍କ ମଙ୍ଗଳ ହୋଇଥାଏ ଏବଂଏହାକୁ ଶୁଭ ବୋଲି ମନାଯାଏ |
2:-ଏହି ପିମ୍ପୁଡି ପରି ଝିଟିପିଟି କୁ ମା ଲଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ |ଯଦି ଆପଣଙ୍କ ଘରେ ଗୋଟିଏ ସ୍ଥାନରେ ତିନୋଟି ଝିଟିପିଟି ଦେଖିବାକୁ ମିଳେ ତେବେ ଏହାକୁ ମା ଲଷ୍ମୀଙ୍କ ଆଗମନର ସଂକେତ ବୋଲି ମାନାଯାଏ | ଦୁଇ ଜଣ ଝିଟିପିଟି ଯଦି ଜଣେ ଅନ୍ୟ ଜଣର ପିଛା କରୁଥିବା ଦେଖନ୍ତି ତେବେ ଏହାକୁ ଘରର ଉନ୍ନତି ର ସଂକେତ ମାନଯାଏ |ଏବଂ ଆପଣ ଯଦି ଦୀପାବଳି ଦିନ ତୁଳସୀ ଚଉରାରେ ଯଦି ଝିଟିପିଟି ଦେଖାଯାଏ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମାନା ଯାଏ |
3:-ଯଦି ଆପଣଙ୍କ ଘରେ କୌଣସି ପକ୍ଷୀ ବସା ବାନ୍ଧିବାର ଦେଖାଯାଏ ତେବେ ଏହାକୁ ମଧ୍ୟ୍ୟ ଶୁଭ ବୋଲି ମନା ଯାଏ, ଏହି ପକ୍ଷୀମାନଙ୍କର ଘର କେବେ ଭୁଲରେ ବି ଭାଙ୍ଗନ୍ତୁ ନାହିଁ | ଘରେ ପକ୍ଷୀ ବସା ବାନ୍ଧିବା ଲଷ୍ମୀ ମାଙ୍କର ଆଗମନର ସଂକେତ ଅଟେ | ମା ଲଷ୍ମୀଙ୍କ ବାହାନ ପେଚା ଯଦି ଆପଣଙ୍କ ଆଖପାଖରେ ଦେଖାଯାଏ, ତେବେ ଘରର ଉନ୍ନତି ର ସଂକେତ ମିଳିଥାଏ |
4:-ସକାଳ ସାନ୍ଧ୍ୟା ଯଦି ଆପଣଙ୍କୁ ଶଙ୍ଖ ର ଧ୍ଵନି ଶୁଣାଯାଏ ତେବେ ଏହାକୁ ମଧ୍ୟ୍ୟ ଶୁଭ ମାନାଯାଏ | ଏଥିରୁ ଜଣାଯାଏ ଯେ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିବାର ସମ୍ଭାବନା ରହିଛି |
5:-ବନ୍ଧୁଗଣ ଯଦି ଆପଣଙ୍କ ଡାହାଣ ହାତର ପାପୁଲି ସର୍ବଦା କୁଣ୍ଡେଇ ହେଉଥାଏ ତେବେ ଏହା ଧନ ପ୍ରାପ୍ତିର ଶୁଭ ସଂକେତ ହୋiଇଥାଏ |ମା ଲଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଛି ବୋଲି ମନାଯାଏ,ଯଦି ଆପଣ ସ୍ୱପରେ ସାପ, ନେଉଳ, ପେଚା କିମ୍ବା ଝାଡୁ ଦେଖନ୍ତି ତେବେ ଆପଣଙ୍କର ନିକଟ ଭବିଷ୍ୟତରେ ଧନ ପ୍ରାପ୍ତି ର ସମ୍ଭାବନା ରହିଛି ବୋଲି ଜଣାଯାଏ |ଆପଣ ଯଦି ଘରୁ ବାହାରିବା ସମୟରେ କାହାକୁ ଝାଡୁ ମାରୁଥିବାର ଦେଖନ୍ତି, କିମ୍ବା ସଫା ସୁତୁରା କରୁଥିବାର ଦେଖନ୍ତି ତେବେ ଏହାକୁ ଏହାକୁ ଶୁଭ ସଂକେତ ବୋଲି ମାନାଯାଏ ଏବଂ ମା ଲଷ୍ମୀଙ୍କ ଆଗମନ ରହିଛି ବୋଲି ଧରାଯାଏ |