ପତ୍ନୀଙ୍କ ମୃତ୍ୟୁ ପରେ ଫୋନ୍ ଚେକ୍ କରିବାରୁ ସ୍ବାମୀଙ୍କ ପାଦତଳୁ ଖସିଗଲା ମାଟି – Utkal Mail

ୱାଶିଂଟନ୍: ଆମେରିକାରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଜାଣିବାକୁ ପାଇଲେ ମହିଳାଙ୍କର ଅନେକ ରହସ୍ୟ। ମହିଳା ଜଣକ ଆମେରିକାର ବାସିନ୍ଦା ହୋଇଥିବା ବେଳେ ୨୦୨୦ ମସିହା ମାର୍ଚ ୮ ତାରିଖରେ ସେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରି ଦେଇଥିଲେ। ସେତେବେଳେ ତାଙ୍କୁ ୩୯ ବର୍ଷ ବୟସ ହୋଇଥାଏ।
ହେଲେ ଏହି କଥା ତାଙ୍କ ସ୍ବାମୀଙ୍କ ପାଇଁ ଭାରି ଅଜବ ଥିଲା। କାରଣ ମହିଳାଙ୍କ ଜୀବନରେ ସେପରି କୌଣସି ସମସ୍ୟା ଥିବା କଥା ତାଙ୍କ ସ୍ବାମୀଙ୍କୁ ଜଣାନଥିଲା। ତାଙ୍କ ମୁତାବକ ମହିଳାଙ୍କ ବୈବାହିକ ଜୀବନ ବେଶ୍ ସୁଖମୟ ଥିଲା। ସେ କେଉଁ ବି କାରଣରୁ ଆଦୌ ଦୁଃଖୀ ନଥିଲେ। ହେଲେ ମହିଳା ଜଣଙ୍କ ଏପରି ଏକ ନିଷ୍ପତ୍ତି କାହିଁକି ନେଲେ? ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଯେବେ ମହିଳାଙ୍କ ଫୋନ୍ ଦେଖିଲେ ତ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ସେ ନିଜ ପତ୍ନୀଙ୍କ ବିଷୟରେ ଜାଣିବାକୁ ପାଇଲେ ଅତ୍ୟନ୍ତ ଅଜବ କଥା ସବୁ।
ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସ୍ବାମୀ ଜାଣିପାରିଲେ ଯେ ସେ ଏକ ଭିନ୍ନ ଜୀବନ ବଞ୍ଚୁଥିଲେ। ତାଙ୍କୁ ଜଣାପଡ଼ିଲା କି ବିବାହର କିଛି ସପ୍ତାହ ପରେ ହିଁ ସେ ନିଜର ଜଣେ ଛାତ୍ରଙ୍କ ସହ ସଂପର୍କରେ ଆସି ଯାଇଥିଲେ। ତାଙ୍କର ଅନେକ ଭିନ୍ନ ଭିନ୍ନ ପୁରୁଷଙ୍କ ସହ ଶାରୀରିକ ସଂପର୍କ ଥିଲା। ମହିଳାଙ୍କ ଫୋନ୍ରେ ତାଙ୍କର ଅନେକ ଅଶ୍ଳୀର ଫଟୋ ଓ ରେକର୍ଡିଂ ରହିଥିଲା।
ତାଙ୍କର କିଛି ଅଶ୍ଳୀଳ ଭିଡିଓ ବି ମିଳିଲା ଫୋନ୍ରୁ। ପତ୍ନୀଙ୍କ ମୃତ୍ୟୁ ପରେ ସ୍ବାମୀ ଜାଣିପାରିଲେ ଯେ ତାଙ୍କ ପତ୍ନୀ ବିଶେଷ କରି କଲେଜ ପଢୁଆ ଯୁବବର୍ଗମାନଙ୍କୁ ଅଶ୍ଳୀଳ ଫଟୋ, ଭିଡିଓ ପଠାଇ ସେମାନଙ୍କ ସହ ସଂପର୍କରେ ରହୁଥିଲେ।