ସ୍ୱାସ୍ଥ୍ୟ

ଗର୍ଭାବସ୍ଥାରେ ଜାମୁକୋଳିର ଉପକାରିତା ଜଣାନ୍ତୁ

ଜାମୁକୋଳି ଏକ କ୍ଷୁଦ୍ର ଏବଂ ସ୍ଵାଦିଷ୍ଟ ଫଳ ଅଟେ। ସାଧାରଣତଃ ଏହା ବର୍ଷା ଦିନରେ ଅଧିକ ଦେଖିବାକୁ ମିଳିଥାଏ। ତେବେ ଜାମୁକୋଳି କେବଳ ସ୍ଵାଦିଷ୍ଟ ତାହା ନୁହେଁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ଜାମୁକୋଳି। ଜାମୁକୋଳିରେ ପ୍ରଚୁର ପରିମାଣରେ ଆଇରନ, ମ୍ୟାଗ୍ନେସିୟମ୍ ,ଫଲିକ୍ ଏସିଡ, ଜିଙ୍କ୍ ଭରପୁର ମାତ୍ରାରେ ରହିଥାଏ।ତେବେ ଆସନ୍ତୁ ଜାଣିବା ଏହି ଜାମୁକୋଳିର ଉପକାରିତା କଣ ରହିଛି।

୧.କେତେକଙ୍କ ମନରେ ପ୍ରଶ୍ନ ରହିଥାଏ କି ଗର୍ଭାବସ୍ଥାରେ ସେମାନେ ଜାମୁକୋଳି ଖାଇବେ କି ନାହିଁ ତେବେ ଏସବୁ ବାବଦରେ ଆସନ୍ତୁ ଜାଣିବା।ତେବେ ଗର୍ଭାବସ୍ଥାରେ ମହିଳାଙ୍କ ଶରୀରକୁ କ୍ୟାଲସିୟମ ଆଇରନ ଫଲିକ୍ ଏସିଡର ଅଧିକ ମାତ୍ରାରେ ଆବଶ୍ୟକତା ରହିଛି କାରଣ ଗର୍ଭରେ ବଢୁଥିବା ଶିଶୁ ମା ଶରୀରରୁ ଏହି ସବୁ ଉପାଦାନ ସଂଗ୍ରହ କରିଥାଏ। ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଗର୍ଭାବସ୍ଥାରେ ରକ୍ତ ହୀନତା ଏବଂ ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦେଖା ଯାଇଥାଏ।
ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅତି ସାଧାରଣ ଦେଖା ଯାଉଥିବା ଏହି ଜାମୁକୋଳିରେ ଏମିତି କିଛି ଉପାଦାନ ରହିଥାଏ କି ଯାହା ଗର୍ଭବତୀ ମହିଳା ମାନଙ୍କର ଅନେକ ସମସ୍ୟା ଦୂର କରିଥାଏ। ତେଣୁ ଗର୍ଭବତୀ ମହିଳା ଜାମୁକୋଳିର ସେବନ ନିହାତି କରିବା ଆବଶ୍ୟକ ହୋଇଥାଏ। ତେବେ ଗର୍ଭବତୀ ମହିଳା ମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ୧୦୦ ଗ୍ରାମ ଜାମୁକୋଳି ଖାଇବା ଉଚିତ୍ ଯାହା ରକ୍ତହୀନତା ଦୂର କରିବା ସହ ଗର୍ଭରେ ଥିବା ଶିଶୁର ଶାରିରୀକ ବିକାଶ କରିଥାଏ।

୨.ଏହା ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ। ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ଦେଖିବା ପାଇଁ ମିଳି ନଥାଏ। ପ୍ରେଗ୍ନେଶିର ନବମ ମାସରେ ଉଚ୍ଚ ରକ୍ତଚାପ ରହିଲେ ଡାକ୍ତର ମାନେ ନର୍ମାଲ ଡେଲିଭରି କରିବାକୁ ମନା କରିଥାନ୍ତି। କିନ୍ତୁ ଜାମୁକୋଳିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
୩.ଏହା କୋଷ୍ଠକାଠିନ୍ୟ ମଧ୍ୟ ଦୂର କରିଥାଏ। ଉପଯୁକ୍ତ ପରିମାଣରେ ପାଣି ନ ପିଇବା ଯୋଗୁଁ ଏହି ସମସ୍ୟା ଦେଖା ଯାଇଥାଏ କିନ୍ତୁ ଜାମୁକୋଳିର ସେବନ ଦ୍ଵାରା ଏହି ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ।ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ ଯାହା ପାଚନ ପ୍ରକ୍ରିୟାକୁ ଠିକ୍ କରିବା ସହିତ କିଡନୀ ଷ୍ଟୋନକୁ ମଧ୍ୟ ସଫ୍ଟ କରିଥାଏ। ତେଣୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ।୪.ଜାମୁକୋଳି ଡାଇବେଟିସକୁ ନିୟନ୍ତ୍ରଣ କରେ। ଏହାକୁ ସେବନ କଲେ ଡାଇବେଟିସର ଲକ୍ଷଣ ଯେପରି ବାରମ୍ବାର ପରିସ୍ରା ଲାଗିବା ଶୋଷ ଲାଗିବା ଆଦିକୁ ଠିକ୍ କରି ଦେଇଥାଏ। ଏହା ରକ୍ତରେ ଥିବା ଗ୍ଲୋକୋଜର ପରିମାଣକୁ କମ୍ କରିଥାଏ। ଜାମୁକୋଳି ଗଛର ମଞ୍ଜି,ପତ୍ର ଏବଂ ଡାଳକୁ ମଧ୍ୟ ଡାଇବେଟିସର ଚିକିତ୍ସା ପାଇଁ ବ୍ୟବହାର କରା ଯାଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button