କଣ ଆପଣଙ୍କ ପାଦରେ ବି ଅଛି ଏମିତି ଆଙ୍ଗୁଠି, ଜାଣନ୍ତୁ ଏହାର ରହସ୍ୟ

ସୂଚନା ଅନୁସାରେ ମନୁଷ୍ୟର ସମସ୍ତ ଅଙ୍ଗ ତା ପାଇଁ ଅତ୍ୟନ୍ତ ମୂଲ୍ଯବାନ ହୋଇଥାଏ । କାରଣ ସବୁ ଅଙ୍ଗର କିଛି ନା କିଛି କାର୍ଯ୍ୟ ରହିଥାଏ ଏବଂ ସେହି ଅଙ୍ଗର କିଛି ବିଶେଷ ମହତ୍ଵ ମଧ୍ୟ ରହିଥାଏ । ପାଦର ବୁଢା ଆଙ୍ଗୁଠି ପାଖରେ ଥିବା ଆଙ୍ଗୁଠି ଯାହାକୁ ଆମେ ବିଶି ଆଙ୍ଗୁଠି ବୋଲି କହିଥାଉ । ସେହି ପରି ଆଙ୍ଗୁଠି ଥିବା ପାଦର ବିଶେଷ ରହସ୍ୟ ଜାଣିବାକୁ ପାଇବେ । ଯାହାର ପାଦର ବୁଢା ଆଙ୍ଗୁଠି ଠାରୁ ପାଖ ଆଙ୍ଗୁଠି ବଡ ହୋଇଥାଏ ।
ସେହି ବ୍ୟକ୍ତିମାନେ ନିଜ ଜୀବନର ସଂଘର୍ଷ ମଧ୍ୟରେ ନିଜର ସଫଳତାକୁ ଖୋଜିଥାନ୍ତି । ସେମାନେ ନିଜର ବୁଦ୍ଧି, ବିବେକ ଓ କୌଶଳ ଅବଲମ୍ବନ କରି ନିଜ ଜୀବନରେ ସଫଳତା ଅର୍ଜନ କରିଥାନ୍ତି । ନିଜର କଠିନ ପରିଶ୍ରମ ଦ୍ଵାରା ସେମାନେ ନିଜର ଭାଗ୍ୟକୁ ମଧ୍ୟ ବଦଳାଇ ଦେଇଥାନ୍ତି । ଯେକୌଣସି କାର୍ଯ୍ୟ ଯେତେ ମଧ୍ୟ କଷ୍ଟ ଦାୟକ ହେଇଥାଉ । ସେ କାର୍ଯ୍ୟକୁ ସୂଚାରୁ ରୂପରେ ସଫଳ କରିବାର ସକ୍ଷମତା ଏହି ମାନଙ୍କ ପାଖରେ ଦେଖିବାକୁ ମିଳିଥାଏ ।
ଏହିମାନେ ଅନ୍ୟକୁ ସାହାଜ୍ଯ କରିବାକୁ କେବେ ମଧ୍ୟ ପଛ ଘୁଞ୍ଚା ଦେଇନଥାନ୍ତି ।ଅନ୍ୟର ବିପଦ ସମୟରେ ସେମାନେ ତାଙ୍କ ସାଥିରେ ସବୁବେଳେ ଠିଆ ହୋଇଥାନ୍ତି । ଏମାନଙ୍କର କିଛି ଭଲ କାର୍ଯ୍ୟ କରିବାର ଇଛା ବହୁତ ସମୟରେ ଦେଖାଯାଇଥାଏ । ନିଜର କର୍ମ ଉପରେ ଅଧିକ ବିଶ୍ବାସ ରଖିଥାନ୍ତି । ଭାଗ୍ୟକୁ କେବେ ନିନ୍ଦା କରିନଥାନ୍ତି । ୩୦ ରୁ ୩୫ ବର୍ଷ ଭିତରେ ଏହିମାନଙ୍କର ଉନ୍ନତିର ରାସ୍ତା ଭଲ ଭାବରେ ଖୋଲି ଯାଇଥାଏ ।
ଏମାନଙ୍କ ଭିତରୁ କିଛି ବହୁତ ଜିଦିଆ ସ୍ଵଭାବର ହୋଇଥାନ୍ତି ।ସେମାନେ କୌଣସି ଖରାପ କାର୍ଯ୍ୟ ପାଇଁ ଜିଦି କରିନଥାନ୍ତି ବଂର ନିଜ ଜୀବନରେ ସଫଳତା ପାଇବା ପାଇଁ ଜିଦି ସ୍ଵଭାବର ହୋଇଯାଇଥାନ୍ତି ଓ ସେହି କାର୍ଯ୍ୟକୁ ନିଷ୍ଟାର ସହ ମଧ୍ୟ କରିଥାନ୍ତି । ଏମାନଙ୍କର ପ୍ରାୟତଃ ଆରେଞ୍ଜ ମ୍ୟାରେଜ ହୋଇଥାଏ । ଯଦି କିଛି ଲୋକଙ୍କର ପ୍ରେମ ବିବାହ ହୋଇଥାଏ ।
ତାହେଲେ ସେମାନେ ବହୁ ବାଦ ବିବାଦ ପାର କରି ପ୍ରେମ ବିବାହର ସିକୃତି ପାଇଥାନ୍ତି । ଏହିପରି ଲୋକମାନଙ୍କର ବହୁତ ବର୍ଷ ପର୍ଯ୍ଯନ୍ତ ଧନ କମାଇବାର ଇଚ୍ଛା ରହିଥାଏ । ଏହି ଧରଣର ବ୍ୟକ୍ତିବିଶେଷ ମାନେ ଅତ୍ୟନ୍ତ ଭାବ ପ୍ରବଣର ହୋଇଥାନ୍ତି । ଏମାନଙ୍କୁ ଯଦି କେହି ଟାଣ କରି କିଛି କହିଦିଏ । ତେବେ ଏମାନେ ଏହାକୁ ସହିପାରନ୍ତି ନାହିଁ । ଛୋଟ ଛୋଟ କଥାରେ ସେମାନେ ବହୁତ ଉଦାଶ ହୋଇଯାଇଥାନ୍ତି ।