ନୀତି

ହ୍ରଦକୂଳରେ ନିର୍ମାଣ ଚାଲିଛି ମଧ୍ୟଯୁଗୀୟ ଶୈଳୀରେ ଆଧୁନିକ ପ୍ରାସାଦ, ଖର୍ଚ୍ଚ ହେବ ୯ କୋଟି ଡଲାର୍ – Utkal Mail


ପଶ୍ଚିମ ପୋଲାଣ୍ଡର ନୋଟେକା ଜଙ୍ଗଲରେ ରହିଛି ସେ ଦେଶର ସବୁଠୁ ବିବାଦୀୟ ଅଟ୍ଟାଳିକା। ମଧ୍ୟଯୁଗୀୟ ଶୈଳୀରେ ନିର୍ମିତ ଏହି କୋଠା ‘ଷ୍ଟବନିକା ପ୍ରାସାଦ’ ନାମରେ ପରିଚିତ। ପୋଜନାନ ସହରଠାରୁ ୫୦ କି.ମି. ଦୂରସ୍ଥ ଷ୍ଟବନିକା ହ୍ରଦରେ ଏହି ୧୫ ମହଲା ବିଶିଷ୍ଟ ଅଟ୍ଟାଳିକାଟି ଗଢ଼ି ଉଠିଛି। ଏହି ଅଟ୍ଟାଳିକାର ନିର୍ମାଣ ୨୦୧୫ରୁ ଆରମ୍ଭ ହୋଇଥିଲେ ହେଁ ୨୦୧୮ ଯାଏ ଦେଶବାସୀ ଏହା ସମ୍ପର୍କରେ ଜାଣି ନ ଥିଲେ। ଏକ ପ୍ରାକୃତିକ ସ୍ବର୍ଗ ମଝିରେ ଦଣ୍ଡାୟମାନ ଏହି ପ୍ରାସାଦର ଫଟୋ ସାମାଜିକ ଗଣମାଧ୍ୟମରେ ଖୁବ୍‌ ପ୍ରସାରିତ ହେବା ପରେ ଲୋକଙ୍କ କୌତୂହଳ ବଢ଼ିଯାଇଥିଲା। ୨୦ ପ୍ରଜାତିର ବିପଦଗ୍ରସ୍ତ ପକ୍ଷୀମାନଙ୍କ ପାଇଁ ଏହି ସ୍ବତନ୍ତ୍ର ସଂରକ୍ଷିତ ଜଙ୍ଗଲରେ ବିଶାଳ କୋଠା ନିର୍ମାଣ ପାଇଁ କିପରି ଅନୁମତି ମିଳିଲା ସେ ନେଇ ନାନା ପ୍ରଶ୍ନ ଉଠିବାକୁ ଲାଗିଲା।

ଏହାର ମାଲିକାନା ନେଇ ବିଭିନ୍ନ ଗୁଜବ ଶୁଣିବାକୁ ମିଳିଥିବା ବେଳେ ଏହାର ନିର୍ମାଣରେ ବିଦେଶରୁ ଅର୍ଥ ନିବେଶ ହୋଇଥିବା ଶୁଣାଯାଉଛି। ଏହା ଜଣକର ବ୍ୟକ୍ତିଗତ ବାସଭବନ ବୋଲି କୁହାଯାଉଥିବା ବେଳେ ଏହା ଏକ ବିଳାସମୟ ହୋଟେଲ ବା ଧନୀ ତଥା ମୁଷ୍ଟିମେୟ ଲୋକଙ୍କ ବାସସ୍ଥଳୀରେ ପରିଣତ ହେବ ବୋଲି ମଧ୍ୟ ଅନ୍ୟତ୍ର ଚର୍ଚ୍ଚା ହେଉଛି। କାରଣ ଜଣେ ନିଜର ବ୍ୟକ୍ତିଗତ ବାସଭବନ ପାଇଁ ପ୍ରାୟ ୯ କୋଟି ଡଲାରରୁ ଅଧିକ ଖର୍ଚ୍ଚ କରିବା କଥାକୁ ଅନେକ ବିଶ୍ବାସ କରୁନାହାନ୍ତି। ୨୦୨୫ ବେଳକୁ ଏହାର ନିର୍ମାଣ ସରିଯିବ ବୋଲି ସଂପୃକ୍ତ ନିର୍ମାଣକାରୀ ସଂସ୍ଥା କହୁଥିବା ବେଳେ ସଂରକ୍ଷିତ ଇଲାକାର ଏହି ବେଆଇନ କୋଠାକୁ ସରକାର ଭାଙ୍ଗିଦେବା ଉଚିତ ବୋଲି ଅନେକ ଲୋକ ମତ ଦେଉଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button