ନୀତି

ଅଦ୍ଭୁଦ ଶବ୍ଦ ଶୁଣି ଘର ଚଟାଣ ଫଟାଇବା ପରେ ବାହାରିଲା ୩ଟି କୁମ୍ଭୀର – Utkal Mail


ନୂଆଦିଲ୍ଲୀ: ସାଧାରଣତଃ କୁମ୍ଭୀର ନଦୀ, ସମୁଦ୍ର ଓ କେନାଲ ଆଦି ସ୍ଥାନମାନଙ୍କରେ ବସବାସ କରନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ କୁମ୍ଭୀର ରାସ୍ତାରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

କୁମ୍ଭୀରକୁ ନେଇ ଏମିତି ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଯେଉଁଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି କି, ଏକ ଘରର ଚଟାଣ ତଳୁ ଗୋଟିଏ ପରେ ଗୋଟିଏ କୁମ୍ଭୀର ଉପରକୁ ଆସୁଛନ୍ତି ।

ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ଲେ‌ାକ ଘରର ଚଟାଣ ତଳୁ କିଛି ଅଦ୍ଭୁତ ଶବ୍ଦ ଶୁଣିବାକୁ ମିଳିଥିଲା ଏହାକୁ ଶୁଣିବା ପରେ ଘରର ମାଲିକ ଡରିଯାଇଥିଲେ। ସେ ସଙ୍ଗେସଙ୍ଗେ ପାଖଘର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହିତ ବନବିଭାଗକୁ ଖବର ଦେଇଥିଲେ। ଏହାପରେ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଘଟଣାସ୍ଥଳରେ ପହଞ୍ଚିବା ପରେ ବନବିଭାଗ ଓ ସୁରକ୍ଷାକର୍ମୀ ଘରର ଚଟାଣ ଭାଙ୍ଗି ଦେଇଥିଲେ। ଏହାପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବନବିଭାଗ ଓ ସୁରକ୍ଷାକର୍ମୀଙ୍କ ଉଦ୍ୟମରେ ପରେ ସିମେଣ୍ଟ୍ ଚଟାଣ ତଳୁ ୩ଟି କୁମ୍ଭୀରକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳି ଯାଇଛି।

ଏହି ଘଟଣାଟି ଭାରତର ଏକ ରାଜ୍ୟରେ ଘଟିଛି ବୋଲି ଜଣାପଡିଛି । କିନ୍ତୁ କେଉଁ ରାଜ୍ୟର ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ଘର ଚଟାଣ ତଳେ କୁମ୍ଭୀର କେମିତି ରହିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button