ଓଡିଶା

ବାଜି ଲଗାଇ ତିନି ଭାଇ ଭଉଣୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କଲା, ହେଲେ ନିଜେ ହାରିଗଲା ନାବାଳିକା ଜେଲିନା

ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ଖଲ୍ଲିକୋଟ ଥାନା ଅର୍ନ୍ତଗତ ଚିକିଲି ନିକଟସ୍ଥ ବ୍ରହ୍ମପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ଭାଇ ଭଉଣୀଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନକୁ ରକ୍ଷା କରିପାରିଲାନି ବଡ ଭଉଣୀ। ପାଣିରେ ବୁଡି ଯାଉଥିବା ବେଳେ ତିନି ଭାଇ ଭଉଣୀଙ୍କୁ ମୃତ୍ୟୁ ମୁଖରୁ ତ ଛଡାଇ ଆଣିପାରିଥିଲା, ହେଲେ ନାବାଳିକା ବଡ ଭଉଣୀ ନିଜେ ଜୀବନ ଯୁଦ୍ଧରେ ହାରିଗଲା।

ସୂଚନା ଅନୁଆଯାୟୀ, ରବିରାମ ପ୍ରଧାନଙ୍କ ତିନି ଝିଅ ନିକଟସ୍ଥ ଚିକିଲି ଗ୍ରାମର ମଉସା ଜୟରାମ ଖୁଣ୍ଟିଆଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଅପରାହ୍ନରେ ଛୋଟ ଦୁଇ ଝିଅ ଓ ମଉସା ପୁଅ ଭାଇ ଶ୍ରୀହରି ମିଶି ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।

ଏତିକିବେଳେ ତିନି ଜଣ ଯାକ ପିଲା ପୋଖରୀରେ ବୁଡି ଯାଉଥିବା ଦେଖି ବଡ଼ଝିଅ ଜେଲିନା ପୋଖରୀ ଭିତରକୁ ଡେଇଁ ଗାଁ ଲୋକଙ୍କ ସହାୟତାରେ ତିନି ଭାଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ତାଙ୍କର ଗୋଡ଼ ପୋଖରୀ ଭିତରେ ଏକ ପଥରରେ ଛନ୍ଦି ହୋଇଯିବାରୁ ସେ ଅଣ ନିଶ୍ଵାସୀ ହୋଇ ଯାଇଥିଲେ।

ପରିବାର ଲୋକେ ଓ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ଜେଲିନାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଖଲ୍ଲିକୋଟ ଥାନା ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button