କ୍ରାଇମ

ଭଗବାନଙ୍କୁ ଛାଡିଲେନି ଲୁଟେରା, କଳାକନା ବୁଲାଇଲେ ମନ୍ଦିରରେ

ନୀଳଗିରି : ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା । ନୀଳଗିରିରେ୨ଟି  ମନ୍ଦିରରୁ ସିରିଜ ଲୁଟ । ଠାକୁରଙ୍କ ମୁଣ୍ଡରୁ  ନେଇଗଲେ ସୁନା ମୁକୁଟ,ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ । ସୂଚନା ଅନୁଯାୟୀ , ନୀଳଗିରି ଥାନା ଅଧୀନ ପୋଡାଶୂଳ କାଳୀ ମନ୍ଦିର ଓ ଚତର ଛକରେ ଥିବା ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଅଳଙ୍କାର ବାକ୍ସ ଓ ହୁଣ୍ଡି ବାକ୍ସରୁ ସମସ୍ତ ଅଳଙ୍କାର ଓ ଟଙ୍କା ଲୁଟିବା ପରେ ନିକଟ ବିଲ ଗୁଡିକରେ ଫୋପାଡି ଚାଲିଯାଇଛନ୍ତି । ସକାଳୁ ସ୍ଥାନୀୟ ପୂଜକ ମନ୍ଦିର ପୂଜା କରିବାକୁ ଆସି ଏ ଘଟଣା ବାବଦରେ ଜାଣିବା ପରେ ସ୍ଥାନୀୟ ଲୋକଙ୍କୁ ଅବଗତ କରିଥିଲେ । ନୀଳଗିରି ପୋଲିସ ଘଡଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିକଟସ୍ଥ ଗାଁ ଗୁଡିକରୁ ମଧ୍ୟ ଚୋରି ହୋଇଥିବା ନେଇ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button