ସ୍ୱାସ୍ଥ୍ୟ

ଗରମ ଦିନରେ ପିଅନ୍ତୁ ଏହି ଘରୋଇ ଡ୍ରିଙ୍କସ୍; ପେଟ ରହିବ ଥଣ୍ଡା

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି। ଖରାଦିନ ସମସ୍ତ ପାଣି କିମ୍ବା ହେଲଦି ଡ୍ରିଙ୍କସ୍ ଖୋଜନ୍ତି। ଯାହା ଶରୀରକୁ ଦିନ ସାରା ହାଇଡ୍ରଡ୍ ରଖିବାରେ ସାହାଯ୍ୟ କରିବ।

କେବଳ ସେତିକି ନୁହେଁ ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ହେଲେ ଦୋକାନ ଡ୍ରିଙ୍କସ୍ ଅପେକ୍ଷା କିଛି ଘରୋଇ ଡ୍ରିଙ୍କସ୍ ଆପଣଙ୍କୁ ଖରାଦିନେ ଅଧିକ ହେଲଦି ଆଉ ଫିଟ୍ ରଖିବା ପାଇଁ ସାହାଯ୍ୟ କରିବା। ତେବେ ଆସନ୍ତୁ ଜାଣିବା ଘରୋଇ ଡ୍ରିଙ୍ଗସ୍…

ସତ୍ତୁ ଡ୍ରିଙ୍କସ୍ :

ସତ୍ତୁ ଏକ ପୃଷ୍ଟିକର ଖାଦ୍ୟ। ସତ୍ତୁରେ ପ୍ରଚୁର ପରିମାଣରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି। ଏହାର ନିୟମିତ ସେବନ ଶରୀରକୁ ଶକ୍ତି ଯୋଗାଏ। ଏହା ଶରୀରର ବୃଦ୍ଧି ତାପମାତ୍ରାକୁ ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ସତ୍ତୁରେ ଫାଇବର ଥିବାରୁ ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ।

ହେଲେ ଆପଣ ଜାଣିଛନ୍ତି ସତ୍ତୁରୁ ଆପଣ ଏକ ପ୍ରକାର ପାନୀୟ ବା ସତ୍ତୁ ଡ୍ରିଙ୍କସ୍ ପ୍ରସ୍ତୁତ କରିପାରିବେ। ଏହି ପାନୀୟ ମଧୁମେହ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ। ଏହି ସତ୍ତୁ ପାନୀୟରେ କ୍ୟାଲୋରୀ ଏବଂ ଫାଇବରରେ ଭରପୂର ମାତ୍ରାରେ ରହିଥାଏ।

ଏହା ମେଟାବୋଲିଜିମ୍ ଏବଂ ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ମାଂସପେଶୀ ନିର୍ମାଣ ସହିତ ସତ୍ତୁ ଖାଇବା ଦ୍ୱାରା ପେଟ ସଫା ମଧ୍ୟ ହୋଇଥାଏ। ସତ୍ତୁ ପାନୀୟକୁ ନିୟମିତ ଭାବରେ ମଧୁମେହ ରୋଗୀମାନେ ପ୍ରୋଟିନ୍ ଆକାରରେ ମଧ୍ୟ ଗ୍ରହଣ କରିପାରିବେ।

କିପରି ପ୍ରସ୍ତୁତ କରିବେ ସତ୍ତୁ ଡ୍ରିଙ୍କସ୍?

ପ୍ରଥମେ ଏକ ପ୍ୟାନଟିକୁ ଚୁଲା ଉପରେ ବସାନ୍ତୁ। ପ୍ୟାନଟି ଗରମ ହେବା ପରେ ସେଥିରେ ୫୦୦ ଗ୍ରାମ ଚଣା ପକାଇ ଭାଜନ୍ତୁ। ଚଣା ଭାଜି ହୋଇଗଲା ପରେ ଚୁଲାରୁ ପ୍ୟାନଟିକୁ ବାହାର କରି ଦିଅନ୍ତୁ। ଭଜା ଚଣା ଥଣ୍ତା ହେବା ପରେ ଏହାକୁ ଭଲ ଭାବରେ ପେଶନ୍ତୁ। ଚଣା ପେଶା ହୋଇଗଲା ପରେ ଏହା ସତ୍ତୁରେ ପରିଣତ ହୋଇଯିବ। ଏହା ପରେ ଏକ ଗ୍ଲାସ ପାଣିରେ ଗୋଟିଏ କପ ସତ୍ତୁ ପକାନ୍ତୁ ସେଥିରେ ସ୍ବାଦ ଅନୁଯାୟୀ ଲୁଣ ମିଶାଇବା ସହ ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ ମିଶାଇ ପିଅନ୍ତୁ।

ବଟର ମଲିକ୍:

ସେହିପରି ଦହି ବଟର ମିଶ୍ରଣରେ ଏକ ହେଲଦି ଡ୍ରିଙ୍କସ୍ ମଧ୍ୟ ଆପଣ ପ୍ରସ୍ତୁତ୍ କରିପାରିବେ। ଯାହା ଆପଣଙ୍କ ଶରୀରରକୁ ଖରାଦିନେ ହାଇଡ୍ରେଡ୍ ରଖିବାରେ ସାହାଯ୍ୟ କରିବ। ଏହି ବଟର ମଲିକରେ ପ୍ରୋଟିନ୍, କ୍ୟାଲସିୟମ୍ ଏବଂ ଭିଟାମିନ୍ ପ୍ରଚୁର ପରିମାଣରେ ମିଳିଥାଏ। ଯାହା ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button