ଦେଶ ବିଦେଶ

107 ଟଙ୍କା ରିଚାର୍ଜ କଲେ 35 ଦିନ ପର୍ଯ୍ୟନ୍ତ ଏହି ସବୁ ସେବା ମିଳିବ ସମ୍ପୂର୍ଣ ମାଗଣା

ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀ ଭିତରୁ ଗୋଟିଏ ହେଉଛି ବିଏସଏନଏଲ । ୟୁଜରମାନଙ୍କୁ ଶସତା ରିଚାର୍ଜ ପ୍ଲାନ ଦେଉଥିବା ଏକମାତ୍ର ସରକାରୀ ଟେଲିକମ୍ କମ୍ପାନୀ ଭାବରେ ରହିଛି ବିଏସଏନଏଲ ।

ଦେଶର ବିଭିନ୍ନ ଘରୋଇ କମ୍ପାନୀ ରିଚାର୍ଜ ପ୍ଲାନ ବୃଦ୍ଧି କରିଥିବା ବେଳେ ଏହା ଖୁବ ଶସ୍ତାରେ ୟୁଜର୍ସମାନଙ୍କୁ ପ୍ଲାନ ଯୋଗାଇ ଦେଉଛି । ବିଭିନ୍ନ ପ୍ରାଇସ ରେଞ୍ଜରେ କମ୍ପାନୀ ଅନେକ ପ୍ଲାନ୍ସ ଉପଲବ୍ଧ କରିଥାଏ । ସେଥିମଧ୍ୟରେ ଗୋଟିଏ ପ୍ଲାନ ହେଉଛି, ୧୦୭ ଟଙ୍କାର ରିଚାର୍ଜ ପ୍ଲାନ୍ ।

କମ୍ ଡାଟା ଏବଂ ଦୀର୍ଘ ଦିନର ଭ୍ୟାଲିଡିଟି ଚାହୁଁଥିବା ୟୁଜର୍ସମାନଙ୍କ ପାଇଁ ଏହି ପ୍ଲାନ ବେଶ୍ ଲାଭଦାୟକ ହୋଇପାରେ । ଏହା ବିଏସଏନଏଲର ସବୁଠାରୁ ଶସ୍ତା ପ୍ଲାନ ରହିଛି । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସ ୩୫ ଦିନର ଭ୍ୟାଲିଡିଟି ପାଇପାରିବେ ।

ଏହାବ୍ୟତୀତ କଲିଙ୍ଗ ପାଇଁ ୨୦୦ ମିନିଟ ମିଳିଥାଏ, ଅର୍ଥାତ୍ ଜଣେ ୟଜର ଯେ କୌଣସି ନେଟୱର୍କକୁ କଲ୍ କରିପାରିବେ । ଏହାସହିତ ୧୦୭ ଟଙ୍କାର ଏହି ପ୍ଲାନରେ ସମ୍ପୂର୍ଣ୍ଣ ଭ୍ୟାଲିଡିଟି ପାଇଁ ୩ ଜିବି ଡାଟା ସୁବିଦାଉପଲବ୍ଧ ହୋଇଥାଏ ।

ୟୁଜର ୩୫ ଦିନ ପର୍ଯ୍ୟନ୍ତ ମୋଟ ୩ ଜିବି ଡାଟା ବ୍ୟବହାର କରିପାରିବେ। ଯଦି ଜଣେ ୟୁଜର କମ୍ ବଜେଟରେ ଅଧିକ ଭ୍ୟାଲିଡିଟି ପାଇଁ ପ୍ଲାନ ଖୋଜନ୍ତି, ତେବେ ଏହା ତାଙ୍କ ପାଇଁ ବେଶ୍ ଉପକାରୀ। ସିମ୍ ଅଧିକ ଦିନ ପର୍ଯ୍ୟନ୍ତ ଆକ୍ଟିଭ ରଖିବା ପାଇଁ ଏହା ୟୁଜରଙ୍କୁ ବେଶ୍ ସହାୟକ ହେବ ।

ଇଣ୍ଟରନେଟ କମ୍ ବ୍ୟବହାର କରୁଥିବା କିମ୍ବା କଲ୍ ମଧ୍ୟ ଖୁବ କମ୍ ବ୍ୟବହାର କରୁଥିବା ୟୁଜରମାନଙ୍କ ପାଇଁ ଏହି ପ୍ଲାନ ଏକଦମ୍ ପ୍ରାଯୁଜ୍ୟ । ବିଏସଏନଏଲର ଏହି ପ୍ଲାନ ୟୁଜରଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିପାରେ । ଏଥିରେ ଆପଣଙ୍କ ଆବଶ୍ୟକ ଅନୁସାରେ, ଡାଟା ଏବଂ କଲିଙ୍ଗ ସୁବିଧା ଉପଲବ୍ଧ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button