ଓଡିଶା

ହୀରାକୁଦ ଡ୍ୟାମ ପଛର ଭୟଙ୍କର ରହସ୍ୟ, କେମିତି ତିଆରି ହେଲା ଏତେବଡ଼ ଡ୍ୟାମ୍, ୩୦୦ ଜଣଙ୍କ ହୋଇଛି ସମାଧି

ଐତିହାସିକ ହୀରାକୁଦ ନଦୀ ବନ୍ଧ । ଏହା କେବଳ ଓଡ଼ିଶା କିମ୍ବା ଭାରତରେ ନୁହେଁ ବରଂ ସାରା ବିଶ୍ବରେ ପରିଚିତ । ବିଶେଷ କରି ଏହା ଓଡ଼ିଶା ବାସୀଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ପ୍ରତୀକ ଅଟେ । ତେବେ ଜାଣନ୍ତୁ କିପରି ଥିଲା ଏହାର ଇତିହାସ ଏବଂ କିଏ ଓ କାହିଁକି ନିର୍ମାଣ କରିଥିଲା ଏହାକୁ ।

୧୯୩୭ ମସିହାରେ ପ୍ରଥମ ଥର ପାଇଁ ଇଞ୍ଜିନିୟର ଏମ ଭିସେସଭରାୟ ମହାନଦୀରେ ବାତ୍ୟାର ଭୟଙ୍କରତାକୁ ଦେଖି ଏହା ଉପରେ ଡ୍ୟାମ କରିବା କଥା ଉଠାଇଥିଲେ । ଓଡ଼ିଶା ଏକ ବନ୍ୟା ପ୍ରବଣ ରାଜ୍ୟ ହୋଇ ଥିବାରୁ ମହାନଦୀର ଆଖପାଖ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ କରିବାକୁ ପଡୁଥିଲା ।

A

ସେହିପରି ଅନେକ ସମସ୍ୟାର ସମାଧାନ ଥିଲା ଏହି ନଦୀବନ୍ଧ । ୧୯୪୫ ମସିହାରେ ଡକ୍ଟର ବିଆର ଆମ୍ବେଦକରଙ୍କ ନେତୃତ୍ୱରେ ଏକ ରିରେଚ ଟିମ୍ ଓଡ଼ିଶା ଆସିଥିଲେ , ଯେ କି ବନ୍ଧକୁ ନେଇ ରିସର୍ଚ୍ଚ କରିଥିଲେ । ୧୯୪୬ ମସିହା ମାର୍ଚ୍ଚ ୧୫ରେ ଓଡ଼ିଶାର ଗଭର୍ଣ୍ଣର ସାର ହାବନ୍ ଲୁଇସ୍ ହୀରାକୁଦ ବନ୍ଧ ନିର୍ମାଣ ଭାର ନେଇଥିଲେ ।

୧୯୪୮ ଏପ୍ରିଲ ୧୨ ତାରିଖରେ ହୀରାକୁଦ ଡ୍ୟାମର ଶୁଭାରମ୍ଭ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ କରିଥିଲେ । ଏହାର ଉଚ୍ଚତା ୨୦୦ ଫୁଟ ଅଟେ ଏବଂ ଏଥିରେ ୯୮ଟି ଗେଟ୍ ରହିଛି । ଏଥି ମଧ୍ୟରୁ ୬୪ଟି ସୁଇସ ଗେଟ୍ ଏବଂ ୩୪ଟି କ୍ରେଷ୍ଟ ଗେଟ୍ ଅଟେ । ଏହାର ମୁଖ୍ୟ କାର୍ଯ୍ଯ ହେଉଛି ବିଦ୍ୟୁତ୍ ଉତ୍ପାଦନ ଓ ଜଳ ସେଚନ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button