କ୍ରାଇମ

ସିନେଟର୍‌ଙ୍କ ଘରୁ ଜବତ ହେଲା ନଗଦ ୪୮୦,୦୦୦ ଡଲାର୍‌, ୧୦୦,୦୦୦ ଡଲାର୍‌ର ସୁନା ଇଟା – Utkal Mail


ନ୍ୟୁୟର୍କ: ଲାଞ୍ଚ ନେଇଥିବା ଅଭିଯୋଗରେ ଶୁକ୍ରବାର ଦିନ ଆମେରିକାର ନ୍ୟୁଜର୍ସି ସିନେଟର୍‌ ବବ୍‌ ମିନେଣ୍ଡେଜ୍‌ ଓ ତାଙ୍କ ସ୍ତ୍ରୀ ନାଦିଆନ୍‌ ମିନେଣ୍ଡେଜ୍‌ଙ୍କୁ ଅଭିଯୁକ୍ତ କରାଯାଇଛି।

ସରକାରୀ ଓକିଲମାନେ କହିଛନ୍ତି ଯେ, ତାଙ୍କ ଘରେ ଲୁଚାଇ ରଖାଯାଇଥିବା ନଗଦ ୪୮୦,୦୦୦ ଡଲାର୍‌ ଓ ୧୦୦,୦୦୦ ଡଲାର୍‌ ମୂଲ୍ୟର ସୁନା ଇଟା ଜବତ କରାଯାଇଛି।

Image Courtesy of WTTW News

ସିନେଟ୍‌ର ବୈଦେଶିକ ସମ୍ପର୍କ କମିଟିର ଅଧ୍ୟକ୍ଷ ଥିବା ବବ୍‌ ମିନେଣ୍ଡେଜ୍‌ଙ୍କୁ ଗତ ୧୦ ବର୍ଷରେ ୨ଥର ଅଭିଯୁକ୍ତ କରାଗଲାଣି। ପ୍ରଥମ ଅଭିଯୋଗରେ ସେ ସରକାରୀ ସହାୟତା ପ୍ରତିବଦଳରେ ଧନୀ ପୃଷ୍ଠପୋଷକଙ୍କଠାରୁ ମାଗଣା ଘରୋଇ ବିମାନ ଯାତ୍ରା, ପ୍ରଚାର ଅଭିଯାନ ପାଇଁ ଅର୍ଥ ଓ ଅନ୍ୟାନ୍ୟ ଲାଞ୍ଚ ଗ୍ରହଣ କରୁଥିଲେ ବୋଲି ଦର୍ଶାଯାଇ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ବିଚାର ବିଭାଗୀୟ ମତପାର୍ଥକ୍ୟ ଯୋଗୁଁ ତାଙ୍କ ଉପରେ ଦଣ୍ଡାଦେଶ ହୋଇ ପାରିଲା ନାହିଁ।

କିନ୍ତୁ, ଏଥର ବିଚାର ବିଭାଗ ମିନେଣ୍ଡେଜ୍‌ଙ୍କ ବାସଭବନରୁ ଲୁଚାଯାଇଥିବା ନଗଦ ଅର୍ଥ ଓ ସୁନା ଇଟା ଜବତ କରିଛି।

ନ୍ୟୁୟର୍କର ଦକ୍ଷିଣ ପ୍ରାନ୍ତ ଜିଲ୍ଲାର ୟୁ. ଏସ୍‌. ଆଟର୍ଣ୍ଣି ଡେମିଆନ୍‌ ୱିଲିୟମ୍ସ୍‌ କହିଛନ୍ତି, ବିତ୍ତଶାଳୀ ବ୍ୟବସାୟୀଙ୍କୁ ସମୃଦ୍ଧ ଓ ସୁରକ୍ଷିତ ରଖିବା ଓ ଇଜିପ୍ଟ ସରକାରଙ୍କୁ ଉପକୃତ କରିବା ଲାଗି ମିନେଣ୍ଡେଜ୍‌ ତାଙ୍କ କ୍ଷମତା ଓ ପ୍ରଭାବ ବ୍ୟବହାର କରୁଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button