ଓଡିଶା

ଝୁଲନ୍ତା ଅବସ୍ଥାରେ ନବମ ‌ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର – Utkal Mail



ମାଲକାନଗିରି: ବୁଧବାର ମାଲକାନଗିରି ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୋଟୁସ୍ଥିତ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିଜ ହଷ୍ଟେଲରେ ଝୁଲିପଡ଼ିଥିବା ନେଇ ସୂଚନା ମିଳିଛି।

ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରୀଙ୍କର ନାମ ପୂଜା କଞ୍ଜ। ତାଙ୍କ ଘର ଗିନିପାଲୀ ଗ୍ରାମରେ ହୋଇଥିବାବେଳେ ତାଙ୍କ ବାପାଙ୍କ ନାମ ଦୁଲା କଞ୍ଜ ବୋଲି ଜଣାପଡ଼ିଛି। ତେବେ ମୋଟୁ ସେବାଶ୍ରମରେ ଫ୍ୟାନ୍‌ରୁ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃକଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କର ବାପା ଜଣେ ଚାଷୀ। ସୂଚନା ଅନୁସାରେ ସକାଳେ ଛାତ୍ରୀ ଜଣକ ଶ୍ରେଣୀକୁ ଯାଇନଥିଲେ। ଯେତେବେଳେ କ୍ଲାସ୍ ସମାପ୍ତ ହେବା ପରେ ତାଙ୍କ ସହପାଠିମାନେ ହଷ୍ଟେଲକୁ ଫେରି ଦେଖନ୍ତି ତ ଭିତର ପଟୁ କୋଠରୀ ବନ୍ଦ ହୋଇଛି।

ବାରମ୍ବାର କବାଟ ବାଡେଇବା ସତ୍ତ୍ୱେ ଛାତ୍ରୀଜଣକ କବାଟ ଖୋଲି ନଥିବାରୁ ସେମାନେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ଶିକ୍ଷକ ଏବଂ କର୍ତ୍ତୃପକ୍ଷ କବାଟ ଭାଙ୍ଗି ଭିତରେ ପ୍ରବେଶ କରି ଦେଖିବା ବେଳକୁ ଛାତ୍ରୀ ଜଣଙ୍କ ଫ୍ୟାନରେ ଝୁଲୁଛନ୍ତି। ଏହି ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଛାତ୍ରୀଙ୍କ ଆତ୍ମହତ୍ୟା ପରେ ବିଦ୍ୟାଳୟରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ମୋଟୁ ପୋଲିସ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ଏବେ ସନ୍ଦେହ ଘେରରେ ରହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button