ଓଡିଶା
କୋଚିଂ ସେଣ୍ଟରକୁ ନେଇ ନୂଆ ଗାଇଡଲାଇନ୍ ଜାରିକଲେ କେନ୍ଦ୍ର ସରକାର
ବର୍ତ୍ତମାନ ସ୍ଥିତିରେ ଅଭିଭାବକମାନେ ବିଦ୍ୟାଳୟ ଅପେକ୍ଷା କୋଚିଂ ସେଣ୍ଟରକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଏନେଇ କେନ୍ଦ୍ର ସରକାର ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯେଉଁ ଗାଇଡଲାଇନରେ ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ଯିବା ଉପରେ ପ୍ରତିବନ୍ଧକ ଲଗାଯିବା ସହ କୋଚିଂ ସେଣ୍ଟରଗୁଡିକ ଉପରେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଦେଖାଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଣିଥିବା ଗାଇଡଲାଇନରେ କୁହାଯାଇଛି କି, ସମସ୍ତ ଛାତ୍ରଛାତ୍ରୀ ନିଜର ମୌଳିକ ଶିକ୍ଷା ପରେ କୋଚିଂ ନେଇପାରିବେ ଏବଂ ଯେକୌଣସି କୋଚିଂ ସେଣ୍ଟର ତରଫରୁ କୌଣସି ପ୍ରକାର ପ୍ରଲୋଭନ ଦେଖାଇ ପିଲାମାନଙ୍କୁ ଆକର୍ଷିତ କରିପାରିବେ ନାହିଁ ।

ଅପରପକ୍ଷେ କୋଚିଂ ସେଣ୍ଟରରେ ଗ୍ରାଜୁଏସନ ଠାରୁ କମ୍ ଶିକ୍ଷାପ୍ରାପ୍ତ କରିଥିବା ଶିକ୍ଷକ କୌଣସି କୋଚିଂ ସେଣ୍ଟରରେ ପଢାଇ ପାରିବେ ନାହିଁ । ଏହାସହ କୋଚିଂ ସେଣ୍ଟର ମାଲିକ ଛାତ୍ରଛାତ୍ରୀମାନଙ୍କୁ ଭଲ ରାଙ୍କ୍ ଓ ଭଲ ମାର୍କ ରଖେଇଦେବା ନେଇ କୌଣସି ଅଯଥା ପ୍ରତିଶ୍ରୁତି ଦେଇପାରିବେ ନାହିଁ ।