ଜୀବନଶୈଳୀ

ପ୍ରେମରେ ଦିବାନୀ ଝିଅ ଘର ଛାଡି ପଳେଇଲା, ଯେତେବେଳେ ଦେଖାହେଲା ଅଟୋବାଲା ସହ ତ ହେଲା କିଛି ଏମିତି

ଆଜିକା ସମୟ ରେ ଲୋକଙ୍କ ମାନସିକ ସ୍ଥିତି ବହୁତ ଅଲଗା ଅଟେ କାହାକୁ ଅନ୍ୟ କାହା ଦୁଃଖ ସହ କିଛି ମତଲବ ନାହିଁ, କାହା ଜୀବନରେ କଣ ଅସୁବିଧା ଅଛି ଏହା ବିଷୟରେ କେହି କିଛି ଭାବନ୍ତି ନାହିଁ । କିନ୍ତୁ ଏହା ପରେ ମଧ୍ୟ ବହୁତ ଲୋକ ଏମିତି ଅଛନ୍ତି ଯିଏ ଅନ୍ୟ ଲୋକଙ୍କ ଅସୁବିଧା ବୁଝନ୍ତି ଏବଂ ଅନ୍ୟ ଲୋକଙ୍କ ଦୁଃଖ ଦେଖି ପାରନ୍ତି ନାହିଁ, ବିନା କୌଣସି ସ୍ଵାର୍ଥ ରେ ସେ ଅନ୍ୟ ଲୋକଙ୍କ ସାହାଯ୍ୟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଟୋବାଲା ବିଷୟରେ ଜଣେଇବାକୁ ଯାଉଛୁ ଯିଏ ଘରୁ ପଳେଇଥିବା ଗୋଟେ ଝିଅ ଜୀବନ ବର୍ବାଦ ହବାରୁ ବଞ୍ଚାଇ ଥିଲା ।

ଫେସବୁକ ଫ୍ରେଣ୍ଡ ପାଇଁ ଝିଅ ଘର ଛାଡିଲା :

ଆଜିକା ଯୁବା ଲୋକ ଫେସବୁକ ଉପରେ ଅଧିକ ଏକ୍ଟିଭ ରହୁଛନ୍ତି, ତେବେ ସୋଶିଅଲ ମିଡିଆ ଦ୍ଵାରା ତାଙ୍କର ନୂଆ ନୂଆ ସାଙ୍ଗ ହୋଇଥାନ୍ତି, କେତେକ ଥର ଏହା ମଧ୍ୟ ଦେଖିବାକୁ ମିଳିଛି ଯେ ଯୁବକ କିଛି ମାସ ସାଙ୍ଗ ପାଇଁ କିଛି ବି କରିବା ପାଇଁ ରାଜି ହୋଇଯାନ୍ତି । ତେବେ ଦିଲ୍ଲୀ ଗୋଟେ ୨୪ ବର୍ଷ ଝିଅକୁ ଫେସବୁକ ରେ ଚାଟ କଲା ପରେ ଗୋଟେ ଯୁବକ ସହ ଗଭୀର ମିତ୍ରତା ହୋଇଗଲା । ଏହା ପରେ ଝିଅ ଘର ଛାଡିବା ଭଳି ବଡ ନିଷ୍ପତ୍ତି କରି ନେଲା, ଏହି ୨୪ ବର୍ଷ ଝିଅ ରାଗରେ ନିଜ ଘର ଛାଡି ବାହାରି ଗଲା ।

ଅଟୋବାଲା କୁ ହେଲା ସନ୍ଦେହ :

ଯଶି ନାମକ ଏହି ଅଟୋ ଡ୍ରାଇଭର ସନ୍ଧ୍ୟା ସବାରି ପାଇଁ ବାଙ୍ଗାଲ ଶାହିବ ଗୁରୁଦ୍ଵାରା ପାଖରେ ଅଟୋ ରଖି ପ୍ୟାସେଞ୍ଜର ପାଇଁ ଅପେକ୍ଷା କରୁଥିଲା ସେହି ସମୟରେ ଏହି ଝିଅ ଆସି ଅଟୋ ରେ ବସିଲା ଓ ଯଶିକୁ କୌଣସି ଭଲ ହୋଟେଲ ଯିବା ପାଇଁ କହିଲା । ତେବେ ଝିଅକୁ ହଇରାଣ ଦେଖି ଅଟୋବାଲା ବୁଲେଇ ପ୍ରଶ୍ନ କଲା ମେଦମ ହୋଟେଲ ରେ ଆଇଡି କାର୍ଡ ମାଗିବେ ଆପଣଙ୍କ ପାଖରେ ଅଛି ତ ଏହା ପରେ ଝିଅ ଆଇଡି ଦେଖେଇଲା ଯାହା ଦେଖି ଡ୍ରାଇଭର ଆଶ୍ଚର୍ଯ୍ୟ ହୋଇଗଲା କାହିଁକିନା ଆଧାର କାର୍ଡ ରେ ଝିଅ ଘର ଆଡରେଶ ଦିଲ୍ଲୀ ଥିଲା ।

ଏହା ପରେ ଡ୍ରାଇଭର ଭାଇବା ଆରମ୍ଭ କଲା ଦିଲ୍ଲୀ ଝିଅ ଦିଲ୍ଲୀ ହୋଟେଲ ରେ କାହିଁକି ରହିବା ପାଇଁ ଯାଉଛି । ଏହା ପରେ ଅଟୋ ଡ୍ରାଇଭର ଝିଅକୁ ନମ୍ରତା ଭାବରେ ପଚାରିଲେ ତମେ ମୋ ସାନ ଭଉଣୀ ଭଳି ମତେ କୁହ କଣ ହେଇଛି ଏହା ପରେ ଝିଅ ସବୁ କଥା କହିଲା ଏବଂ ଫେସବୁକ ସାଙ୍ଗ ଘରେ ରହି ଚାକିରି କରିବ ବୋଲି ମଧ୍ୟ କହିଲା ଏହା ପରେ ଅଟୋବାଲା ବୁଝି ଗଲା କଣ ଅସୁବିଧା ଓ ସିଧା ସଂସଦ ମାର୍ଗ ଥାନା ଭିତରେ ଅଟୋ ନେଇ ପଶି ଗଲା ଓ ପୋଲିସକୁ ସବୁ କଥା କହି ଝିଅକୁ ତାଙ୍କୁ ଦେଇ ପଳେଇଲା ।

ଏହା ପରେ ପୋଲିସ କାଉନ୍ସିଲ ରେ ଝିଅକୁ ବହୁତ ବୁଝା ଗଲା ଏବଂ ପୋଲିସ ଏହା ମଧ୍ୟ ଜଣାଇଲେ ଯେ ଭଲ ପାଇବା ଏବଂ ଚାକିରି ମିଛ କଥା କହି ଏହି ଭଳି ଲୋକ ବହୁତ ଝିଅଙ୍କ ଜୀବନ ନଷ୍ଟ କରନ୍ତି ତେବେ ନିଜ ଜୀବନ ନିଜେ ଖରାପ କର ନାହିଁ । ଏହା ପରେ ଝୈ ଜିଏଚଆର ଲୋକଙ୍କୁ ଡକା ହେଲା ଯାହା ପରେ ସମସ୍ତେ ଝିଅକୁ ମନେଇଲେ ଓ ଝିଅ ବୁଝିଲା ପରେ ତାକୁ ଘରେ ନେଇ ଗଲେ ଓ ଗୋଟେ ଝିଅ ଜୀବନ ନଷ୍ଟ ହବାରୁ ବଞ୍ଚି ଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button