ଦେଶ ବିଦେଶ

କ୍ରମାଗତ ୧୧ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ବ ବ୍ୟାଙ୍କ

ନୂଆଦିଲ୍ଲୀ: କ୍ରମାଗତ ୧୧ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନ (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଛନ୍ତି।

ଏହାର ଅର୍ଥ ହେଉଛି ଆପଣ ନେଇଥିବା ଋଣର ଇଏମଆଇ ବୃଦ୍ଧି ପାଇବ ନାହିଁ | ପୂର୍ବରୁ ରେପୋ ରେଟ୍ ୬.୫୦% ରହିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଫେବ୍ରୁଆରି ୨୦୨୩ରୁ ରେପୋ ରେଟ୍ ୬.୫୦% ରହିଛି।

ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଆରବିଆଇରୁ ଟଙ୍କା ଋଣ ନିଅନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆରବିଆଇ ରେପୋ ରେଟ୍ ବ୍ୟବହାର କରେ। ଯଦି ମୁଦ୍ରାସ୍ଫୀତି ବଢ଼ୁଛି ତେବେ ଆରବିଆଇ ରେପୋ ରେଟ୍ ବଢ଼ାଏ, ଯେଉଁ କାରଣରୁ ବ୍ୟାଙ୍କଗୁଡିକ ନିଜ ଗ୍ରାହକଙ୍କୁ ଅଧିକ ସୁଧରେ ଋଣ ଦିଅନ୍ତି। ଏହା ଦ୍ବାରା ଲୋକମାନେ କମ୍ ଖର୍ଚ୍ଚ କରିବେ ଏବଂ ମୁଦ୍ରାସ୍ଫୀତି ହ୍ରାସ ପାଇବ | ଅପରପକ୍ଷରେ, ଯଦି ମୁଦ୍ରାସ୍ଫୀତି କମେ ତେବେ ଆରବିଆଇ ରେପୋ ରେଟ୍ ହ୍ରାସ କରେ। ଏହା ଦ୍ବାରା ବ୍ୟାଙ୍କଗୁଡିକ କମ ସୁଧରେ ଲୋକଙ୍କୁ ଋଣ ଦିଅନ୍ତି, ଯାହା ଦ୍ବାରା ଲୋକମାନେ ଅଧିକ ଖର୍ଚ୍ଚ କରିବେ ଏବଂ ଅର୍ଥନୀତି ବୃଦ୍ଧି ପାଇବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button