ବିଚାର

ରୋଷେଇ ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାର୍ଯ୍ୟ। ବେଲଣା ପେଡ଼ି ସମ୍ବନ୍ଧିତ କିଛି ବିଶେଷ ସୂଚନା ବିଷୟରେ ଜାଣନ୍ତୁ

ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ। ମାଆ ଅନ୍ନପୂର୍ଣ୍ଣା ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। କୌଣସି ଘରର ରୋଷେଇ ଘରୁ ସେହି ଘରର ସୁଖ ସମୃଦ୍ଧି ବିଷୟରେ ଜଣା ପଡ଼ିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବେଲଣା ପେଡିକୁ ନେଇ ଅନେକ ନିୟମ ବିଷୟରେ ବର୍ଣ୍ଣନା କରାଯାଇଛି। ଏହି ନିୟମ ଗୁଡ଼ିକୁ ପାଳନ ନକଲେ ଘର ବର୍ବାଦ ହେବାର ସମ୍ଭାବନା ରହିଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଏହି ରଙ୍ଗର ବେଲଣା ପେଡ଼ିର ବ୍ୟବହାର କରିବା ଅନୁଚିତ :-

ଅଧିକାଂଶ ଘରେ ବେଲଣା ପେଡ଼ି ମାଟିଆ ରଙ୍ଗର ବ୍ୟବହାର କରାଯାଇଥାଏ। ଆଉକିଛି ଲୋକେ ଫ୍ୟାସନକୁ ଅନୁସରଣ କରି କଳା ରଙ୍ଗର ବେଲଣା ପେଡ଼ି ଘରକୁ ଆଣି ଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଆପଣଙ୍କର ଏହି ଭୁଲ ଆପଣଙ୍କୁ ଭିକାରୀ କରି ଦେଇପାରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୋଷେଇ ଘର କଳା ରଙ୍ଗର ବେଲଣା ପେଡ଼ି ବ୍ୟବହାର କରିବା ଦ୍ଵାରା ଶନି ଦୋଷ ଆରମ୍ଭ ହୋଇ ଯାଇଥାଏ। ଏହାସହିତ ନକାରାତ୍ମକ ଶକ୍ତି ଆପଣଙ୍କ ଘରକୁ ପ୍ରବେଶ କରିଥାଏ ଏବଂ ଘର ଧୀରେ ଧୀରେ ବର୍ବାଦୀ ଆଡ଼କୁ ଅଗ୍ରସର ହୋଇଥାଏ।

ଏଭଳି ଅଟକାନ୍ତୁ ବେଲଣା ପେଡ଼ିର ଶବ୍ଦ :-

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରୁଟି ପ୍ରସ୍ତୁତ କରୁଥିବା ସମୟରେ ବେଲଣା ପେଡ଼ିରୁ ଶବ୍ଦ ବାହାରିବା ଉଚିତ ନୁହେଁ। ଏଭଳି ହେବା ଅଶୁଭ ହୋଇଥାଏ ଏବଂ ଧନହାନୀ ହେବାର ସଂକେତ ମିଳିଥାଏ। ତେଣୁ ରୁଟି ବେଲୁଥିବା ସମୟରେ ଯଦି ବେଲଣା ପେଡ଼ି ମଧ୍ୟରୁ ଶବ୍ଦ ବାହାରୁଛି, ତାହେଲେ ତଳେ କପଡ଼ା ଲଗାଇ ବେଲନ୍ତୁ।

ବେଲଣା ପେଡ଼ିକୁ ପରିଷ୍କାର ରଖନ୍ତୁ :-

ଯେତେବେଳେ ଆପଣ ରୁଟି ବେଲୁଛନ୍ତି, ଏହି କଥା ଉପରେ ଧ୍ୟାନ ରଖନ୍ତୁ କି, ଏହାକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ରୁଟି ବେଲି ସାରି ଏହାକୁ ଧୋଇ ରଖନ୍ତୁ। ନଚେତ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button