ଦେଶ ବିଦେଶ

ଆଇଏସଆଇ ଲିଙ୍କ୍ ଥିବା ପାକିସ୍ତାନୀଙ୍କୁ ବିବାହ କଲେ ମହାରାଷ୍ଟ୍ର ମହିଳା, ତଦନ୍ତ ଆରମ୍ଭ କଲା ଏଟିଏସ୍ – Utkal Mail


ମୁମ୍ବାଇ: ମହାରାଷ୍ଟ୍ର ମାଲେଗାଁଓର ଜଣେ ୩୨ ବର୍ଷୀୟ ମହିଳା ପ୍ରାୟ ୯ ମାସ ନିଖୋଜ ରହିବା ପରେ ପୁଣି ଭାରତ ଫେରିଆସିଛନ୍ତି । ନିଖୋଜ ଥିବା ସମୟରେ ସେ ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ ବିବାହ କରିଥିବା ସଂଦେହ କରାଯାଉଛି, ଯାହାଙ୍କର ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସଂପର୍କ ଥିବା କୁହାଯାଉଛି । ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏହାର ତଦନ୍ତ ଦାୟିତ୍ବ  ଆତଙ୍କବାଦ ନିରୋଧୀ ବାହିନୀ (ଏଟିଏସ)କୁ ଦିଆଯାଇଛି ।

ସଂପୃକ୍ତ ମହିଳାଙ୍କ ସମ୍ପର୍କରେ ମୁମ୍ବାଇ ଏୟାରପୋର୍ଟ ସ୍ଥିତ ସିଆଇଏସଏଫକୁ ଏକ ଗୋପନ ଇ-ମେଲ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଇ-ମେଲରେ କୁହାଯାଇଥିଲା ଯେ ନିଖୋଜ ମହିଳା ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି । ଉକ୍ତ ପାକିସ୍ତାନୀ ବ୍ୟକ୍ତିଙ୍କ କିଛି ପରିବାର ସଦସ୍ୟ ଆଇଏସଆଇରେ କାମ କରୁଛନ୍ତି । ସଂପୃକ୍ତ ମହିଳା ଯେଉଁ ୯ ମାସ ନିଖୋଜ ଥିଲେ, ସେହି ସମୟରେ ସେ ପାକିସ୍ତାନ, ଦୁବାଇ ଓ ଲିବ୍ୟାରେ ଥିଲେ ।

ଗଳିତ ମାସ ୪ ତାରିଖରେ ସଂପୃକ୍ତ ମହିଳା ଭାରତ ଫେରିବା ପରେ ମାଲେଗାଁଓରେ ଥିବା ନିଜ ପିତାମାତାଙ୍କ ସହ ରହୁଛନ୍ତି । ତାଙ୍କର ୪ ଜଣ ସନ୍ତାନ ଅଛନ୍ତି । ଘଟଣା ତଦନ୍ତ କେବଳ ଏଟିଏସ ନୁହେଁ, କେନ୍ଦ୍ରୀୟ ଏଜେନ୍ସିମାନେ ବି କରୁଛନ୍ତି । ଏଟିଏସ ପକ୍ଷରୁ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରାଯାଇଛି ଓ ତାଙ୍କର ଯାତ୍ରା ବିବରଣୀ ମଧ୍ୟ ହାସଲ କରାଯାଇଛି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button