ଦେଶ ବିଦେଶ

ତିରୁପତି ଗଲେ ଲାଠି ନେଇକି ଯାଆନ୍ତୁ, ଏହି କାରଣରୁ ମନ୍ଦିର ପ୍ରଶାସନ ନେଲା ନିଷ୍ପତ୍ତି   – Utkal Mail


ହାଇଦ୍ରାବାଦ: ତିରୁମାଲା ତିରୁପତି ବାଲାଜୀ ମନ୍ଦିରକୁ  ଯାଉଥିବା ଶ୍ରଦ୍ଧାଳୁଙ୍କୁ ଏବେ ନିଜ ସହ ଅତିରିକ୍ତ ଜିନିଷ ନେଇ ଯିବାକୁ ପଡ଼ିବ ଏବଂ ତାହା ହେଉଛି ବନ୍ୟଜନ୍ତୁଙ୍କ ସହ ଲଢ଼ିବା ପାଇଁ ଏକ ଲାଠି । ଗତ ସପ୍ତାହରେ ମନ୍ଦିର ଯିବା ବାଟରେ ଏକ ୬ ବର୍ଷର ନାବାଳିକାକୁ ଚିତାବାଘ ମାରିଦେଇଥିଲା । ଏପରି ଘଟଣା ଏଡ଼ାଇବାକୁ ତିରୁମାଲା ତିରୁପତି ଦେବସ୍ଥାନମ୍ ଏପରି ପଦକ୍ଷେପ ଗ୍ରହଣ କରିଛି। ଚାଲି ଚାଲି ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ୧୦୦ ଜଣିଆ ବ୍ୟାଚ୍ ରେ ସିକ୍ୟୁରିଟି ଗାର୍ଡଙ୍କ ସହ ଯିବାକୁ ପଡ଼ିବ।

ବନ୍ୟଜନ୍ତୁଙ୍କ ଆକ୍ରମଣ ହେଲେ ପ୍ରତ୍ୟେକ ଭକ୍ତଙ୍କୁ ଉଦ୍ଧାର ପାଇଁ ଗୋଟିଏ କାଠ ବାଡ଼ି ମଧ୍ୟ ଦିଆଯିବ। ତିରୁମାଲା ତିରୁପତି ଦେବସ୍ଥାନମ୍ ଅଧ୍ୟକ୍ଷ ବି କରୁଣାକର ରେଡ୍ଡୀ କହିଛନ୍ତି ଯେ ଯେତେ ଆବଶ୍ୟକ ହେଉ ନା କାହିଁକି ଆମେ ସମସ୍ତଙ୍କୁ ବାଡ଼ି ଯୋଗାଇ ଦେବୁ।

ବନ୍ୟଜନ୍ତୁଙ୍କୁ ଆକୃଷ୍ଟ ନ କରିବା ପାଇଁ ରାସ୍ତାରେ ଥିବା ଭକ୍ତ ଓ ଖାଦ୍ୟ ଦୋକାନଗୁଡ଼ିକୁ ଖାଦ୍ୟ ଏଣେତେଣେ ନ ଫିଙ୍ଗିବାକୁ ପରାମର୍ଶ ଦିଆଯାଇଛି। ଭକ୍ତମାନଙ୍କୁ ମାଙ୍କଡ଼ମାନଙ୍କୁ ଖାଇବାକୁ ନଦେବାକୁ ମଧ୍ୟ କୁହାଯାଇଛି ବୋଲି ଟିଟିଡିର ଜଣେ ଅଧିକାରୀ କହିଛନ୍ତି। ମନ୍ଦିର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ ହୋଇଥିବାରୁ ପଥଚାରୀ ଅଞ୍ଚଳରେ ବାଡ଼ ଲଗାଇବା ପ୍ରସ୍ତାବକୁ ଅନୁମୋଦନ ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button