ନୀତି

ଗିରଫ ହେଲେ ପିଲାଙ୍କୁ ଗଞ୍ଜେଇ ମିଶା ଚକ୍‌ଲେଟ୍‌ ଖିଆ ଅଭ୍ୟାସ କରାଇଥିବା ଦୋକାନୀ – Utkal Mail


ବେଙ୍ଗାଲୁରୁ: କର୍ଣ୍ଣାଟକର ମେଙ୍ଗାଲୁରୁ ଅଞ୍ଚଳରେ ପିଲାମାନଙ୍କୁ ଗଞ୍ଜେଇ ମିଶ୍ରିତ ଚକ୍‌ଲିଟ୍‌ ଖୁଆଇ ନିଶାସକ୍ତ କରାଉଥିବା ୨ଜଣ ଦୋକାନୀଙ୍କୁ ଗିରଫ କରାଯାଇଥିବା କଥା ଗୁରୁବାର ଦିନ ପୁଲିସ କହିଛି।

ସଂଗୃହୀତ ସୂଚନା ଅନୁସାରେ, ୨୦ ଟଙ୍କାରେ ବିକ୍ରୟ ହେଉଥିବା ଉକ୍ତ ଚକ୍‌ଲେଟ୍‌ ଖାଇବା ପରେ ପିଲାଏ  ଅସ୍ବାଭାବିକ ଆଚରଣ କରିବା ଓ ବାରମ୍ବାର ସେହି ଚକ୍‌ଲେଟ୍‌ ଖାଇବାକୁ ମନବଳାଇବାରୁ ଅଭିଭାବକମାନଙ୍କ ମନରେ ସନ୍ଦେହ ହୋଇଥିଲା। ଏଥିରେ କିଛି ରହସ୍ୟ ଅଛି ବିଚାରି ସେମାନେ ମାଙ୍ଗା‌ଲୁରୁ ପୁଲିସକୁ ସୂଚନା ଦେଲେ।

ସୂଚନା ଆଧାରରେ ମାଙ୍ଗାଲୁରୁ ପୁଲିସ ୨ଟି ଦୋକାନରେ ଚଢ଼ଉ କରି ଗୋଟିଏ ଦୋକାନରୁ ୮୫ କିଲୋ ଓ ଆଉ ଗୋଟାଏ ଦୋକାନରୁ ୩୫ କିଲୋ, ଏମିତି ସମୁଦାୟ ୧୨୦ କିଲୋ ଗଞ୍ଜେଇ ବା ନିଶାମିଶ୍ରିତ ଚକ୍‌ଲେଟ୍‌ ଜବତ କରିଛି। ଦୁଇ ଦୋକାନୀଙ୍କୁ ମଧ୍ୟ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଜଣେ ଦୋକାନୀ ଉତ୍ତର ମାଙ୍ଗାଲୁରୁ ଥାନା ଅଞ୍ଚଳରୁ ଏବଂ ଆଉ ଜଣଙ୍କୁ ଦକ୍ଷିଣ ମାଙ୍ଗାଲୁରୁ ଥାନା ଅଞ୍ଚଳରୁ ଗିରଫ କରାଯାଇଛି।

ମାଙ୍ଗାଲୁରୁ ପୁଲିସ କମିସନର୍‌ କୁଲ୍‌ଦୀପ୍‌ ଜୈନ୍‌ କହିଛନ୍ତି, ମଙ୍ଗଳବାର ଦିନ ଆମେ ପାଇଥିବା ‘ଫୋରେନ୍‌ସିକ୍‌ ସାଇନ୍‌ସ୍‌ ଲାବ୍ରଟରି’ ରିପୋର୍ଟ ସୁନିଶ୍ଚିତ କରିଛି ଯେ, ଚକ୍‌ଲେଟ୍‌ରେ ଗଞ୍ଜେଇ ମିଶିଛି। ଏହି ଚକ୍‌ଲେଟ୍‌ଗୁଡ଼ିକ ଉତ୍ତର ଭାରତ, ବିଶେଷକରି ଉତ୍ତର ପ୍ରଦେଶରୁ ଯୋଗାଡ଼ କରାଯାଉଥିଲା। ଏଥିରେ ଦୋକାନ ମାଲିକ ଓ ଅନ୍ୟ ଲୋକମାନଙ୍କର ସମ୍ପୃକ୍ତି ବିଷୟରେ ତଦନ୍ତ ଚାଲିଛି।

ଡାକ୍ତର ଏସ୍‌. ମୁଜାହିଦ ହୁସେନ୍‌ ନାମରେ ଜଣେ ଶିଶୁରୋଗ ବିଷେଜ୍ଞ କହିଛନ୍ତି, ପିଲାଏ ନିଶାଖୋର୍‌ ହୋଇଗଲେ ତାଙ୍କର ନିଶା ଅଭ୍ୟାସ ଛଡ଼ାଇବା ବଡ଼ କଷ୍ଟକର। କାରଣ ପିଲାଙ୍କ ରୁଚି ସ୍ବାଦ ଉପରେ ନିର୍ଭରଶୀଳ। ତାଙ୍କୁ ଯାହା ଭଲ ଲାଗିବ ସେମାନେ ତାହା ହିଁ ଖାଇବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button