ଜୀବନଶୈଳୀ

କମ ସମୟରେ ଓ ଅତି ସହଜରେ ବନାନ୍ତୁ ପନୀର ସେଜ୍‌ଓ୍ଵାନ ବିରିୟାନୀ

ବିରିୟାନୀ କାହାକୁ ବା ଭଲ ଲାଗେନା ? ଛୋଟରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତ ବିରିୟାନୀ ପାଇଁ ପାଗଳ । ସବୁଦିନ ପ୍ରତି ଦୋକାନରେ ୟାକୁ ଖାଇବା ପାଇଁ ଭିଡ଼ ଲାଗିଥାଏ । କିନ୍ତୁ କଣ ଜାଣିଛନ୍ତି ହୋଟେଲ ଷ୍ଟାଇଲ ବିରିୟାନୀ ଆପଣ ଘରେ ମଧ୍ୟ ବନେଇପାରିବେ ତାହା ପୁଣି ଅତି ଅଳ୍ପ ସମୟରେ ଏବଂ କମ୍  ଖର୍ଚ୍ଚରେ । ଯଦି ଆପଣ ଆମିଷ ଖାଉନାହାଁନ୍ତି, ତାହାଲେ ଆଉ ଚିନ୍ତା କରନ୍ତୁ ନାହିଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଭେଜ ପନିର ବିରିୟାନୀ ।

ଉପକରଣ

ବିରିୟାନୀ ଚାଉଳ-୨୫୦

ପନିର- ୨୦୦

ଟମାଟ-୨ଟି

ପିଆଜ-୨ଟି

ରସୁଣ-୮ରୁ୧୦ କୋଲା

ଆଦା-ଫାଳେ ଖଣ୍ଡେ

ଧନିଆ ପତ୍ର-୧ବିଡ଼ା

ଜାଇ ଫୁଲ-୨ଟି

ଚକ୍ରି ଫୁଲ-୨ଟି

ଡାଲଚିନି-୨ଟି

ତେଜପତ୍ର-୨ଟି

ବିରିୟାନୀ ମସଲା-୨ଚାମଚ

ସ୍ଵାଦ ଅନୁସାରେ ଲୁଣ

ସେଜ୍‌ଓ୍ଵାନ ଚଟଣୀ-୨ଚାମଚ

ସେଜ୍‌ଓ୍ଵାନ ପନିର ମସଲା -୩ଚାମଚ

 

ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଗୋଲ ମରିଚ, ଗୁଜୁରାତି, ରିଫାଇନ୍‌ ତେଲ, ଗୁଆଘିଅ,ଦହି,କଲର ।

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବିରିୟାନୀ ଚାଉଳକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଗୋଟେ ବଡ ପାତ୍ରରେ ପାଣି ଗରମ କରନ୍ତୁ । ପାଣି ଫୁଟିଲା ବେଳେ ସେଥିରେ ଚାଉଳ,  ଜାଇ ଫୁଲ, ଚକ୍ରି ଫୁଲ, ଡାଲଚିନି, ତେଜପତ୍ର ପକାଇ  ଦିଅନ୍ତୁ । ୭ମିନିଟ ଏହାକୁ ଫୁଟିବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଏହାକୁ ଅଲଗା ଏକ ପାତ୍ରକୁ କାଢି ଏହାକୁ ଖୋଲାରେ ରଖି ଦିଅନ୍ତୁ । ପନୀରକୁ ଛୋଟ ଛୋଟ କରି କାଟି ତାକୁ ଭଲସେ ଭାଜି ଦିଅନ୍ତୁ । ଏହା ପରେ ସେହି ପାତ୍ରରେ ତେଲ ବା ଘିଅ ପକାଇ ଜାଇ ଫୁଲ, ଚକ୍ରି ଫୁଲ, ଡାଲଚିନି, ତେଜପତ୍ର , ପିଆଜ, ଅଦା ରସୁଣ ପେଷ୍ଟକୁ ଭଲସେ ଭାଜି ଦିଅନ୍ତୁ । ଏବେ ଟମାଟୋ ପକାନ୍ତୁ  । ଟମାଟୋ ଟିକେ ଭାଜି ହୋଇଗଲା ପରେ ବିରିୟାନୀ ମସଲା, ସେଜ୍‌ଓ୍ଵାନ ଚଟଣୀ, ସେଜ୍‌ଓ୍ଵାନ ପନିର ମସଲା, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସଲା, ଓ ସ୍ଵାଦ ଅନୁସାରେ ଲୁଣ ପକାନ୍ତୁ । ଭଜା ହୋଇଥିବା ପନୀରକୁ  ସେଥିରେ ପକାନ୍ତୁ । ମସଲା ଭଲସେ କଷି ହୋଇଗଲା ପରେ ଅଧା କାଢି ଦିଅନ୍ତୁ । ଏବେ ଦମ୍ ଦେବା ପାଇଁ  ସେହି ଅଧା ମସଲାରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ସେଥିରେ ଆଗରୁ ସିଝା ହୋଇ ରଖାଯାଇଥିବା ଚାଉଳ ଗୋଟିଏ ସ୍ତର ଦିଅନ୍ତୁ । ଚାଉଳ ଉପରେ ଘିଅ ,ରଙ୍ଗ ( ଇଚ୍ଛାଧିନ) ଦହି ଓ ଧନିଆ ପତ୍ର ପକାଇ ଦିଅନ୍ତୁ । ଏହାପରେ ପୁଣି ମସଲା ଦିଅନ୍ତୁ । ମସଲା ଉପରେ ପୂର୍ବ ଭଳି ଆଉ ଏକ ସ୍ତର ପ୍ରସ୍ତୁତ କରନ୍ତୁ । ଦମ୍ ଆପଣଙ୍କ ପ୍ରସ୍ତୁତ ହୋଇଯାଇଛି । ଏବେ ଏହାକୁ ଭଲ ଭାବେ ଘୋଡାଇ ଦିଅନ୍ତୁ । ଭିତରୁ ବାଷ୍ପ ନ ବାହାରିବା ପାଇଁ ଚାରିକଡ ଯାକ ଭଲ ସେ ଅଟା ଗୁଳାକୁ ଦିଅନ୍ତୁ । ୫- ୭ ମିନିଟ ହେଲା ପରେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ପନୀର ସେଜ୍‌ଓ୍ଵାନ ବିରିୟାନୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button