ଦେଶ ବିଦେଶରାଜନୀତି

ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଲି ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଇଣ୍ଡୋନେସିଆର ବାଲି ଗସ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ବାଲି ଗସ୍ତରେ ରହିବେ। ଏହି ସମ୍ମିଳନୀରେ ବିଶ୍ୱର ବଡ଼ ନେତାମାନେ ଅଂଶଗ୍ରହଣ କରୁଛନ୍ତି |

ଏଥିରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏଥିରେ ଅଂଶଗ୍ରହଣ କରିବେ।

ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ଡିସେମ୍ବର ୧ ରୁ ଭାରତ ଏକ ବର୍ଷ ପାଇଁ ଜି-୨୦ର ଅଧ୍ୟକ୍ଷତା କରିବ।

ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିନୟ କ୍ୱାଟ୍ରା କହିଛନ୍ତି ଯେ ବାଲିରେ ଚାଲିଥିବା ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅନେକ ଜି -୨୦ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଭାରତର ପ୍ରାଥମିକତା ବିଷୟରେ ସୂଚନା ଦେବେ ଏବଂ ଏହି ବିଶ୍ବ ନେତାଙ୍କ ସହ ମଧ୍ୟ ଆଲୋଚନା କରି ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରାଯିବ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button