ମନୋରଞ୍ଜନ

ଝିଅର ପ୍ରଥମ ଫଟୋ ସେୟାର କଲେ କରନ-ବିପାଶା , ଜାଣନ୍ତୁ କଣ ରଖିଲେ ନାମ

ନୂଆଦିଲ୍ଲୀ : ନିକଟରେ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପିତାମାତା ବନିଛନ୍ତି । ଏନେଇ ଗତକାଲିଠାରୁ ସେମାନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ବିପାଶା ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ଏଥି ସହିତ ଦୁହେଁ ଫଟୋ ସେୟାର କରି ଏହା ବିଷୟରେ ସୂଚନା ଦେଇଛନ୍ତି।

ବର୍ତ୍ତମାନ ବିପାଶ ଝିଅର ଫଟୋ ସେୟାର କରି ଶିଶୁ କନ୍ୟାଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି। ବିପାଶା ସେୟାର କରିଥିବା ଫଟୋରେ ବିପାଶାଙ୍କ ହାତ କରଣଙ୍କ ହାତରେ ଏବଂ ବିପାଶାଙ୍କ ହାତରେ ତାଙ୍କ ଝିଅର ସୁନ୍ଦର ପାଦ ଦୃଶ୍ୟମାନ ହେଉଛି। ଦୁହେଁ ଝିଅର ନାମ ‘ଦେବୀ ବସୁ ସିଂ ଗ୍ରୋଭର’ ରଖିଛନ୍ତି।ଦେବୀ ରୂପରେ ଆମ ଝିଅ ଆମ ଘରକୁ ଆସିଥିବାରୁ ସେ ଆମ ପାଇଁ ଲକ୍ଷ୍ମୀ ସ୍ୱରୁପ । ସେଥିପାଇଁ ଆମେ ଏହି ନାମକୁ ବାଚିଲୁ ବୋଲି କହିଛନ୍ତି ବିପାଶା ଏବଂ କରନ ।

କହିବାକୁ ଗଲେ ବିପାଶାଙ୍କ ଗର୍ଭଧାରଣ ଖବର ମାର୍ଚ୍ଚରୁ ଆସୁଥିଲା। କିନ୍ତୁ ଉଭୟ ଏହା ଉପରେ କୌଣସି ପ୍ରକାରର ମନ୍ତବ୍ୟ ଦେଇ ନାହଥିଲେ । ଜୁଲାଇରେ ଏହି ଖବର ପୁଣି ଥରେ ଭାଇରାଲ୍ ହେବାରେ ଲାଗିଲା। ଅଗଷ୍ଟରେ ଦୁହେଁ ପ୍ରଶଂସକଙ୍କୁ ଖୁସିଖବର ଦେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button