କ୍ରାଇମ
ଯୁବକଙ୍କୁ ମାରି ଫିଙ୍ଗିଦେଲେ, କାରଣ ଅସ୍ପଷ୍ଟ

ଉଦଳା : ଯୁବକଙ୍କୁ ମାରି ଫିଙ୍ଗିଦେଲେ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଉପିସାହି ଗାଁରେ ଘଟିଛି ହତ୍ୟାକାଣ୍ଡ । ଢୋଲଗଣ୍ଡି ଗାଁର ମାଣିକ ସିଂ କାଲି ଉପିସାହି ସାପ୍ତାହିକ ହାଟକୁ ଯାଇଥିଲେ । କିନ୍ତୁ ରାତିରେ ଆଉ ଫେରିନଥିଲେ । ଆଜି ସକାଳେ ହାଟ ନିକଟରେ ମୃତଦେହ ପଡ଼ିଥିବା ଖବର ପାଇଥିଲେ ପରିବାର ଲୋକ । କେହି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରି ହାଣି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଘଟଣାସ୍ଥଳରେ କପ୍ତିପଦା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ କିଏ ଏବଂ କଣ ପାଇଁ ତାଙ୍କୁ ହତ୍ୟା କରିଲା ତାହା ଅସ୍ପଷ୍ଟ ରହିଥିବା ବେଳେ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କୌଣସି ପୂର୍ବ ଶତ୍ରୁତା ନ ଥିବା କହିଛନ୍ତି ମୃତକଙ୍କ ଝିଅ । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହାର ଖୋଳତାଡ଼ କରୁଛି ପୋଲିସ ।