କ୍ରାଇମ

ଜୀବନ ହାରି ଦେଇଥିବା ଡାକ୍ତରାଣୀ ଭାଇ ଦେଲେ ଚାଞ୍ଚଲ୍ୟକର ବୟାନ – Utkal Mail


ତିରୁଅନନ୍ତପୁରମ୍‌: ‘ତିରୁଅନନ୍ତପୁରମ୍‌ ମେଡିକାଲ୍‌ କଲେଜ୍‌’ରେ ଜଣେ ସ୍ନାତକତ୍ତୋର ପଢୁଆ ଡାକ୍ତରାଣୀ ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଉକ୍ତ ଡାକ୍ତରାଣୀ ଯାହାଙ୍କୁ ଭଲ ପାଉଥିଲେ ସେହି ପିଲା ସ‌ମେତ ତାର ପରିବାରଲୋକ ‌ବିବାହ ପାଇଁ ଯୌତୁକ ଦାବି କରିଥିଲେ। ‌ଯୌତୁକ ଦାବି ପୂରଣ ନହେବାରୁ ପୁଅଘରଲୋକ ବିବାହ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରାଣୀ ଜୀବନ ହାରି ଦେଇଥିବା ଜଣାପଡ଼ିଛି।

କିଛିଦିନ ତଳେ ବାପାଙ୍କୁ ହରାଇଥିବ‌ା ବେଳେ ପୁଣି ନିଜର ଡାକ୍ତରାଣୀ ଭଉଣୀ ଶାହାନାକୁ ହରାଇଥିବା ଭାଇ ଜସିମ ନାଜ ଦୁଃଖ ବଖାଣି କହିଛନ୍ତି,‘  ଶାହାନ‌ାର ବିବାହ ଭାଙ୍ଗିବା ପରେ ସେ ଚିନ୍ତାରେ ପଡ଼ି ଯାଇଥିଲା। ଭଉଣୀ ତାର ପ୍ରେମିକକୁ ଖୁବ ଭଲ ପାଉଥିଲା। ତାକୁ ହିଁ ବିବାହ କରିବାକୁ ଚାହୁଁଛି ବୋଲି ମୋତେ ଅନେକ ସମୟରେ କହିଥିଲା। ମୁଁ ବି ଭଉଣୀ ଇଚ୍ଛା ମୁତାବକ ବାପା ମା’ଙ୍କ ସହିତ କଥ‌ା ହେବା ପରେ ଉକ୍ତ ପିଲା ଘରକୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲି। ସେମାନେ ଆମ ପ୍ରସ୍ତାବରେ ରାଜି ହେବା ସହ କିଛି ସର୍ତ୍ତ ରଖିଥିଲେ।

ସର୍ତ୍ତ କ’ଣ ବୋଲି ପଚାରିବାରୁ ସେମାନେ କହିଥିଲେ ତୁମର ଭଉଣୀ ଆମକୁ ବହୁତ ପସନ୍ଦ।  ମୁଁ ସେମାନଙ୍କ ଠାରୁ ଏକଥା ଶୁଣି ଖୁସି ହୋଇଯାଇଥିଲା। କିନ୍ତୁ ଏହାପରେ ଯେଉଁ କଥା ମୁଁ ଶୁଣିଥିଲି ମୋ ପାଦ ତଳୁ ମାଟି ଖସି ଯାଇଥିଲା।

ପୁଅଘର ଲୋକ କହିଥିଲେ ଯଦି ତୁମ ଝିଅକୁ ଆମ ପୁଅ ସହିତ ବିବାହ କରାଅ ତେବେ ସୁନା, ଜମି ଓ ‘ବିଏମ୍‌ଡବ୍ଲୁ’ କାର୍‌ ରେଡି କରି ରଖିଥାଏ। ବିବାହ ପୂର୍ବରୁ ଆମକୁ ଏସବୁ ଆବଶ୍ୟକ। ଏସବୁ ଆମେ ଦେଇ ପାରିବୁ ନାହିଁ ବୋଲି କହି ଦେବାରୁ ସେମାନେ ରୋକଠୋକ ବିବାହ ଭାଙ୍ଗି ଦେଇଥିଲେ। ଏକଥା ଶୁଣି ମୋ ଭଉଣୀ ସ୍ତବ୍ଧ ହୋଇଯାଇଥିଲା। ସେ ମୋ ସହ ବି ଆଉ କଥା ହୋଇ ନଥିଲା।

ଶେଷରେ ଗତ ମଙ୍ଗଳବାର ସକାଳେ କଲେଜ ନିକଟରେ ଥିବା ଗୋଟାଏ ଆପାର୍ଟମେଣ୍ଟ୍‌ରୁ ଉଉଣୀକୁ ଆମେ ମୃତାବସ୍ଥାରେ ଉଦ୍ଧାର କରିଥିଲୁ। ସେ ମାତ୍ରାଧିକ ‘ଆନାସ୍ଥେସିଆ’ ନେଇ ଜୀବନ ହରି ଦେଇଥିଲା ବୋଲି ପ୍ରାଥମିକ ତଦନ୍ତୁ ଜଣାପଡ଼ିଛି।

ପୁଲିସକୁ ଏତିକି ଅନୁରୋଧ ମୋ ଠାରୁ ଭଉଣୀକୁ ଛଡ଼ାଇ ନେଇଥିବା ଘଟଣାରେ ଯିଏକି ଦୋଷୀ ସାବ୍ୟସ୍ତ ହେବେ ତାକୁ କଠୋର ଦଣ୍ଡ ଦିଆଯାଉ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button